Monday, October 12, 2026
22.9 C
Odisha

    ଭାରତୀୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୧୪ ରୁ ୧୮ ବର୍ଷ ମଧ୍ୟରେ ୨୫ ପ୍ରତିଶତ ପିଲା ମାତୃଭାଷା ପଢିବାରେ ବିଫଳ

    ଆଗକୁ ପଢନ୍ତୁ

    ଛାତ୍ର ଛାତ୍ରୀ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ପ୍ରକୃତ ଭବିଷ୍ୟତ। ଦେଶକୁ ବିକାଶ ଦିଗରେ ଅଗ୍ରସର କରିବା ପଛରେ ଯୁବପିଢ଼ିଙ୍କର ମୁଖ୍ୟ ଭୂମିକା ରହିଛି। ଆଉ ଏମାନଙ୍କ ସୁସ୍ଥ ଭବିଷ୍ୟତର ଡୋର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ । ହେଲେ ଦେଶରେ ଶିକ୍ଷାର ମାନ ଦିନକୁ ଦିନ ଖସିବାରେ ଲାଗିଛି। ଏହା ଦେଶର ଭବିଷ୍ୟତକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିବ ଯାହାକି ଚିନ୍ତାର ବିଷୟ ।କିଛି ଦିନ ତଳେ ନ୍ୟାସନାଲ ସାମ୍ପଲ ସର୍ଭେ ଦ୍ୱାରା ଆସିଥିବା ଏକ ରିପୋର୍ଟ ଆଧାରରେ ଖବର ମିଳିଛି କି ଭାରତର ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବ୍ୟବସ୍ଥାର ସ୍ତର ଖସିବାରେ ଲାଗିଛି। ଖାସ କରି ଓଡିଶା, ପଶ୍ଚିମବଙ୍ଗ ଓ ବିହାର ଭଳି ରାଜ୍ୟ ମାନଙ୍କରେ ସରକାରୀ ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଘରୋଇ ସଂସ୍ଥା ଦ୍ୱାରା ଦିଆଯାଉଥିବା କୋଚିଂର ସାହାଯ୍ୟ ନେବାକୁ ପଡୁଛି। ଗ୍ରାମୀଣ ସରକାରୀ ବିଦ୍ୟାଳୟ ମାନଙ୍କରେ ଦିଆ ଯାଉଥିବା ଶିକ୍ଷା ଅଭିଭାବକ ମାନଙ୍କୁ ଆଉ ଭରସା ଯୋଗ୍ୟ ଲାଗୁ ନାହିଁ ଏଣୁ ନିଜ ପିଲା ମାନଙ୍କୁ ଅଲଗା ଟ୍ୟୁସନ ପଢ଼ାଇବାକୁ ସେମାନେ ବାଧ୍ୟ ହେଉଛନ୍ତି ।

    ଭାରତୀୟ ଗ୍ରାମ୍ୟଞ୍ଚଳରେ ଶିଶୁଙ୍କ ଶିକ୍ଷା ସ୍ଥିତିକୁ ନେଇ ଏଏସଇଆର ୨୦୨୩ ର ସମୀକ୍ଷା ରିପୋର୍ଟ ସାମ୍ନାକୁ ଆସିଛି। କଥିତ ରିପୋର୍ଟ ଅନୁଯାୟୀ ଦେଶରେ ୧୪ ରୁ ୧୮ ବୟସ୍କ ପିଲା ମାନଙ୍କର ଏକ ଚତୁର୍ଥାଂଶ ପିଲା ମଧ୍ୟ ନିଜ ମାତୃଭାଷାରେ ଲିଖିତ ଦ୍ଵିତୀୟ ଶ୍ରେଣୀର ପାଠକୁ ମଧ୍ୟ ସ୍ପଷ୍ଟ ଭାବେ ପଢ଼ି ପାରୁ ନାହାନ୍ତି । ଏଏସଇଆର ୨୦୨୩ ର “ବିୟଣ୍ଡ ବେସିକ୍ସ” ୨୬ଟି ରାଜ୍ୟରୁ ୧୪ରୁ ୧୮ ବୟସ୍କ ପ୍ରାୟ ୩୪,୦୦୦ ଛାତ୍ର ଛାତ୍ରୀଙ୍କୁ ନେଇ ସର୍ଭେ କରିଥିଲା। ଏଥିରେ ଦେଖା ଯାଇଥିଲା କି ପ୍ରାୟ ୫୬ ପ୍ରତିଶତ ପିଲା ଇଂରାଜୀରେ ଗୋଟିଏ ପୁରା ବାକ୍ୟ ଠିକରେ ପଢି ପାରୁ ନାହାନ୍ତି ।

    ଚିନ୍ତା ବଢ଼ାଉଛି ସ୍ମାର୍ଟ ଫୋନର ବ୍ୟବହାର –
    ସେ ସହର ହେଉ କି ଗ୍ରାମ ପିଲା ମାନଙ୍କୁ ସହଜରେ ଉପଲବ୍ଧ ସ୍ମାର୍ଟ ଫୋନ ସେମାନଙ୍କ ଧ୍ୟାନ ଭଙ୍ଗ କରୁଛି । ନୂତନ ଶିକ୍ଷା ନୀତି ଅନୁସାରେ ସବୁ ଡିଜିଟାଲ କରି ଦେବା ଦ୍ୱାରା ପିଲା ମାନଙ୍କୁ ଫୋନରେ ଆଧିକ ସମୟ ବିତାଇବାକୁ ମିଳିଲା ହେଲେ ସେମାନେ ପଢା ଜାଗାରେ ମନୋରଞ୍ଜନରେ ଅଧିକ ମନୋନିବେଶ କରୁଛନ୍ତି ।

    ରିପୋର୍ଟ ଅନୁଯାୟୀ ଏକାଦଶ ଓ ଦ୍ଵାଦଶ ଶ୍ରେଣୀ ପାରେ ପ୍ରାୟ ୫୫ ପ୍ରତିଶତ ପିଲା କଳା ବିଭାଗରେ ଯୋଗ ଦେଉଥିବା ବେଳେ ଦ୍ଵିତୀୟ ସ୍ଥାନରେ ସାଇନ୍ସ ଓ ତୃତୀୟରେ କମର୍ସ ରହିଛି ।

    ୨୦୨୨ର ବାର୍ଷିକ ରିପୋର୍ଟ ଅନୁଯାୟୀ ସେହି ବର୍ଷର ସରକାରୀ ବିଦ୍ୟାଳୟରେ ନାମ ଲେଖା ସଂଖ୍ୟା ଅଚାନକ ବୃଦ୍ଧି ପାଇଥିଲା ୨୦୧୮ରେ ୬୫% ଥିବା ଛାତ୍ର ସଂଖ୍ୟା ବଢ଼ି ୨୦୨୨ରେ ୭୨.୯% ହୋଇଯାଇଥିଲା ।ହେଲେ ଶିକ୍ଷାର ଗୁଣାତ୍ମକ ମାନରେ ଦେଖା ଯାଉଥିବା ଲଗାତାର ଅବନତି ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ