Saturday, July 27, 2024
24.8 C
Odisha

    କଂଗ୍ରେସ ପାଖରେ ନାହିଁ ନିର୍ବାଚନୀ ଖର୍ଚ୍ଚ । ବାଲଟି ଧରି ସାହାଯ୍ୟ ମାଗୁଛନ୍ତି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କଂଗ୍ରେସ ଦାବି କରିଛି କି, କେନ୍ଦ୍ର ସରକାର ଷଡଯନ୍ତ୍ର କରି ଦଳର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦେଇଛି । ଏହାପରେ କେରଳ କଂଗ୍ରେସ ତରଫରୁ ନିର୍ବାଚନ ଖର୍ଚ୍ଚ ପାଇଁ ଏକ ନୂଆ ତରିକାରେ ଟଙ୍କା ଏକାଠି କରିବାରେ ଲାଗିଛି । କେରଳ କଂଗ୍ରେସର ନେତାମାନେ ବାଲଟି ଧରି ସଡକ ଉପରେ କ୍ରାଉଡ ଫଣ୍ଡି କରୁଛନ୍ତି । ଏହାର ନେତୃତ୍ୱ କେରଳ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଏମଏମ ହସନ ନେଇଛନ୍ତି ।

    ଏକଭିଡିଓରେ ଏମଏମ ହୋସେନ ଥିରୁଅନନ୍ତପୁରମ ଠାରେ ଏକ ଦୋକାନରେ ବାଲ୍ଟି ଧରି ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ପ୍ରଚାର ପାଇଁ ଟଙ୍କା ଦରକାର ଯାହାକି ଆମକୁ ଲଢିବା ପାଇଁ ସହାୟତା ହେବ । ଏଥିସହ ସିଏ ଆରୋପ ମଧ୍ୟ ଲଗାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ କରିଦେଇଥିବାରୁ ଆମକୁ ପ୍ରଚାର ଓ ଲଢିବା ପାଇଁ ଅର୍ଥ ଦରକାର । ତେଣୁ ଆମେ ସାଧାରଣ ଜନତାଙ୍କ ପାଖକୁ ଯିବା ପାଇଁ ପଦକ୍ଷପେ ନେଇଛୁ । ସୁଚନା ଅନୁଯାୟୀ କଂଗ୍ରେସ ପାର୍ଟି ୧୬ ଫେବୃୟାରୀ ଦିନ କହିଥିଲେ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ୨୧୦ କୋଟି ଟଙ୍କା ର ଆକାଉଣ୍ଟକୁ ପ୍ରିଜ କରିଦିଆଯାଇଛି । କିନ୍ତୁ ସୁଚନା ମୁତାବକ ୨୧ ଫେବୃୟାରୀ ଦିନ ଆକାଉଣ୍ଟକିଛି ଅଂଶରେ ଚଲାଇବା ପାଇଁ ଅନୁମୋଦନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ