Monday, May 20, 2024
33 C
Odisha

    ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏଯାଏଁ ଜଣାପଡ଼ିନି କିଏ ଫିଙ୍ଗିଦେଇଥିଲା ଶିଶୁକନ୍ୟା?

    ଆଗକୁ ପଢନ୍ତୁ

    ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଶିଶୁ କନ୍ୟାଟିକୁ କେହି ମହିଳା ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ୭ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ଶିଶୁକନ୍ୟା । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ ଶିଶୁକନ୍ୟା । ଝିଅର ଚିକିତ୍ସା ପାଇଁ ୫ ଜଣିଆ ଡାକ୍ତରୀ ଟିମ୍ ନିଯୋଜିତ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେ ଶିଶୁକନ୍ୟାକୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି । ତେବେ ଗତକାଲି ଦିନ ପାଖାପାଖି ୨ଟା ବେଳେ ଖବର ମିଳିଥିଲା ଯେ ସମ୍ବଲପୁର ରେଙ୍ଗାଲି ଲାରିପାଲି ଜଙ୍ଗଲରେ ଥିବା ଏକ ବୋରୱେଲରେ ପଡ଼ିଯାଇଛି ନବଜାତ ଶିଶୁ । ଜଣେ ମହିଳା ସେଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଶିଶୁଟିର କୁଆଁ କୁଆଁ ଶବ୍ଦ ଶୁଣିବାକୁ ପାଇଥିଲେ । ଆଉ ତୁରନ୍ତ ଏହି ଖବର ପୁଲିସ ଓ ଅଗ୍ନିଶମ ବାହିନୀ ପାଖରେ ପହଞ୍ଚିଥିଲା । ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ପରେ ରେଙ୍ଗାଲି ଫାୟାର ଷ୍ଟେସନକୁ ଖବର ଦେଇଥିଲେ । ପରେ ସମ୍ବଲପୁର ଅଗ୍ନିଶମ ବିଭାଗର ଟିମ୍ ସାମିଲ ହୋଇଥିଲା ।
    ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ପ୍ରଥମେ ଜେସିବି ଦ୍ୱାରା ମାଟି ଖୋଳାଯାଇଥିଲା । କଟକରୁ ଭୁବନେଶ୍ୱର ଆସିଥିଲା ଭିଏଲସି କ୍ୟାମେରା । ଏହକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ପଠାଗଲା । ଏହା ପରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ରେଙ୍ଗାଲି ଯାଇଥିଲା ଭିଏଲସି କ୍ୟାମେରା । ଭିଏଲସି ସହାୟତାରେ ଶିଶୁକୁ ଠାବ କରିବା ସହଜ ହୋଇଥିଲା । ଭିଏଲସିରେ ଶିଶୁଟିକୁ ଦେଖିବା ପରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ ହୋଇଥିଲା । ବୋରୱେଲ ପାଇପ୍ରେ ବିୟର ବୋତଲ ଓ ପାଣି ବୋତଲ ପଡ଼ି ରହିଥିଲା । ବିୟର ବୋତଲ ଯୋଗୁଁ ତଳକୁ ଖସିବା ଅପେକ୍ଷା ଅଧାରେ ଅଟକି ରହିଥିଲା । ଫଳରେ ଶିଶୁଟିକୁ ଉଦ୍ଧାର କରିବା ସହଜ ହୋଇଥିଲା । ୨୦ ଫୁଟ୍ର ବୋରୱେଲରେ ୧୫ ଫୁଟ୍ ଖୋଳିବାକୁ ପଡ଼ିଥିଲା । ଶେଷରେ ସମସ୍ତଙ୍କ ଡାକ ଶୁଣିଛନ୍ତି ଭଗବାନ । ଆଉ ବୋରୱେଲରୁ ନବଜାତକୁ ଜୀବିତ ଉଦ୍ଧାର କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    33 ° C
    33 °
    33 °
    38 %
    1.5kmh
    84 %
    Mon
    31 °
    Tue
    41 °
    Wed
    41 °
    Thu
    41 °
    Fri
    37 °

    ସମ୍ବନ୍ଧିତ