Saturday, July 27, 2024
24.5 C
Odisha

    ଦେଶର ସବୁଠୁ ବଡ ଆଇଟି ରେଡରେ ଓଡିଆ ପୁଅ । ଚଢାଉରେ ସାମିଲ ଅଛନ୍ତି ହୃଦୟ କୁମାର ଦାସ

    ଆଗକୁ ପଢନ୍ତୁ

    ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ କରିଛନ୍ତି । ଏହି ଟିମରେ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳି ଗାଁର ସୁନା ପୁଅ ହୃଦୟ ଦାସ । ଆଇଆରଏସ୍ ଅଫିସର ହୃଦୟଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ପିଲାଦିନେ ବହୁ କଷ୍ଟରେ ପାଠ ପଢିବା ସହ ଖେଳକୁଦରେ ବି ବେଶ ଭଲ ଥିଲେ । କଳାହାଣ୍ଡି କପରେ କେନ୍ଦ୍ରାପଡା ଜିଲ୍ଲାର ନେତୃତ୍ୱ ନେଇଥିଲେ । ଭଲ ବ୍ୟାଟ୍ସ ମ୍ୟାନେ ହୃଦୟ ଏବେ ଜଣେ ଭଲ ଅଫିସର । ଗାଁର ସରକାରୀ ସ୍କୁଲରେ ପାଠ ପଢିବା ସହ ମାର୍ଶାଘାଇ କଲେଜରେ ଯୁକ୍ତ ଦୁଇ ପାସ କରିଥିଲେ । ଏହାପରେ ସହ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଇଂଟିଗ୍ରେଟେଡ୍ ଏମସିଏ ପଠିବା ସହ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ । ୨ ଥର ବିଫଳ ହେବା ପରେ ତୃତୀୟ ଥର ସଫଳ ହୋଇ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚାକିରି କରୁଛନ୍ତି । ଏହି ଚର୍ଚ୍ଚିତ ଅଧିକାରୀଙ୍କ ପିଲା ଦିନର କାହାଣୀ କହିଛନ୍ତି ତାଙ୍କ ପିଲାବେଳର ବନ୍ଧୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ