Tuesday, June 30, 2026
28.7 C
Odisha

    ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ

    ଆଗକୁ ପଢନ୍ତୁ

    ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଘରେ ପହଞ୍ଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ବଡ଼ କଥା ହେଉଛି ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିିଲାନ୍ସ ସିଷ୍ଟମ । କୁହାଯାଉଛି ଏହି ଯନ୍ତ୍ର ମାଟି ତଳେ  ଥିବା ସୁନାକୁ ଠାବ କରିପାରିବ । ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଚଢାଉ ପରେ ଟଙ୍କାର ପାହାଡ ଜବତ ହୋଇଛି । ଆଉ ଏବେ ସ୍ଥାବର ଅସ୍ଥାବର ସମ୍ପତିର ଆକଳନ କରୁଛି ଆୟକର ବିଭାଗ । ତେଣୁ କେତେ ସୁନା, ରୂପା ଲୁଚାଇ ରଖିଛନ୍ତି ଧୀରଜ ସାହୁ ତାର ଖୋଳତାଡ ହେବ । ଦରକାର ପଡିଲେ ଧୀରଜଙ୍କ ଘର ମାଟି ତାଡି ସୁନା ଗହଣାର ସନ୍ଧାନ କରିବ ଆୟକର ବିଭାଗ । ଧୀରଜଙ୍କ ଘରେ ପହଞ୍ଚିବା ବେଳେ ପରିବାରର ତିନିଜଣ ସଦସ୍ୟ ଓ ସିଆଇଏସଫ ଯବାନଙ୍କୁ ନେଇ ପହଞ୍ଚିଛି ଆୟକର ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    68 %
    1.8kmh
    99 %
    Mon
    28 °
    Tue
    34 °
    Wed
    32 °
    Thu
    31 °
    Fri
    30 °

    ସମ୍ବନ୍ଧିତ