Monday, April 13, 2026
33 C
Odisha

    ପ୍ଲାଟଫର୍ମ ଟିକେଟ୍ ବିନା ରାହୁଲଙ୍କୁ କାହିଁକି କରାଗଲାନି ଜରିମାନା ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ଲାଟଫର୍ମ ଟିକେଟ୍ ବିନା ରେଳ ଷ୍ଟେସନରେ ପ୍ରବେଶ ପାଇଁ ଜରିମାନା ବ୍ୟବସ୍ଥ‌ା ରହିଛି। ରେଳ ମାନୁଆଲ ଅନୁଯାୟୀ ଯଦି ଜଣେ ଯାତ୍ରୀ ଟ୍ରେନରେ ଯାତ୍ରା କରୁଛନ୍ତି ତା’ହେଲେ ଟ୍ରେନ ଟିକେଟ ରହିବା ବାଧ୍ୟତାମୂଳକ ଏବଂ ଯଦି ସେ ପ୍ଲାଟଫର୍ମକୁ ଯାଇଛନ୍ତି ତା’ହେଲେ ତାଙ୍କ ପାଖରେ ପ୍ଲାଟଫର୍ମ ଟିକେଟ ରହିବା ଉଚିତ। ନଚେତ୍ ଜରିମାନା ଆଦାୟ କରାଯିବ। କିନ୍ତୁ ନିକଟରେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ନୂଆଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲେ। ସେ ବିନା ପ୍ଲାଟଫର୍ମ ଟିକେଟ୍‌ରେ ଷ୍ଟେସନ ଯାଇଥିଲେ। ତେବେ ତାଙ୍କଠାରୁ ତାଙ୍କୁ ଜରିମାନା ଅସୁଲ କରାଯାଇ ନ ଥିଲ।
    ରାହୁଲ ଗାନ୍ଧୀ ସୋମବାର ମଣିପୁର ଗସ୍ତରେ ଅଛନ୍ତି। ଏହା ପୂର୍ବରୁ ସେ ନୂଆଦିଲ୍ଲୀ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଦେଶର ବିଭିନ୍ନ ଲୋକୋ ପାଇଲଟଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ଏଠାରେ ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ ଯଦି ରାହୁଲ ଗାନ୍ଧୀଙ୍କ ପାଖରେ ପ୍ଲାଟଫର୍ମ ଟିକେଟ୍ ନ ଥିଲା, ତେବେ ସେ କିପରି ଷ୍ଟେସନ ଭିତରକୁ ଗଲେ? ସାଧାରଣ ଲୋକଙ୍କ ବିରୋଧରେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଏହା ରାହୁଲଙ୍କ ପାଇଁ କାହିଁକି କରାଗଲା ନାହିଁ?

    ଉତ୍ତର ରେଳର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାର କହିଛନ୍ତି ରାହୁଲ ଗାନ୍ଧୀ ସାଧାରଣ ଲୋକଙ୍କ ବର୍ଗରେ ଆସୁ ନାହାନ୍ତି। ସେ ଲୋକସଭାରେ ବିରୋଧୀ ଦଳର ନେତା, ଯାହା କ୍ୟାବିନେଟ ମନ୍ତ୍ରୀଙ୍କ ମାନ୍ୟତା ସହ ସମାନ। ତେଣୁ ସେ ପ୍ଲାଟଫର୍ମ ଟିକେଟ୍ ବିନା ଷ୍ଟେସନକୁ ଯାଇପାରିବେ। ସେ ପ୍ଲାଟଫର୍ମରୁ ଅଲଗା ଥିବା କ୍ରୁ ଲବିକୁ ଯାଇଛନ୍ତି, ଯେଉଁଠାରେ ସାଧାରଣ ଲୋକମାନେ ଯାଇପାରିବେ ନାହିଁ ।.
    ବିମାନ ବନ୍ଦରରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା ଉପଲବ୍ଧ ହୋଇଥାଏ। ସାଧାରଣ ଲୋକଙ୍କ ପରି, ସେମାନଙ୍କୁ ପ୍ରବେଶ ଏବଂ ସୁରକ୍ଷା କ୍ଲିୟରାନ୍ସ ପାଇଁ ଧାଡିରେ ଛିଡା ହେବାକୁ ପଡିବ ନାହିଁ। ସେମାନଙ୍କ ପାଇଁ ଏକ ଅଲଗା ସବୁଜ କରିଡର ଅଛି, ଯାହା ମାଧ୍ୟମରେ ସେମାନେ କୌଣସି ସ୍ଥାନରେ ଲାଇନରେ ଠିଆ ନ ହୋଇ ସିଧାସଳଖ ପ୍ରବେଶ କରିପାରିବେ |

    ସୂଚନାଯୋଗ୍ୟ ଯଦି ପ୍ଲାଟଫର୍ମ ଟିକେଟ୍ ବିନା ଷ୍ଟେସନ ଭିତରେ କେହି ଧରାପଡ଼ନ୍ତି, ତେବେ ୨୫୦ ଟଙ୍କା ଜରିମାନା ଆଦାୟ କରାଯାଇଥାଏ। କେବଳ ଏତିକି ନୁହେଁ, ଯଦି କୌଣସି ଯାତ୍ରୀ ପ୍ଲାଟଫର୍ମ ଟିକେଟ୍ କିମ୍ବା ଯାତ୍ରା ଟିକେଟ୍ ବିନା ପ୍ଲାଟଫର୍ମରେ ଧରା ପଡ଼ନ୍ତି, ତେବେ ପ୍ଲାଟଫର୍ମରୁ ବିଦାୟ ନେଇଥିବା ପୂର୍ବ ଟ୍ରେନ୍ କିମ୍ବା ଯାତ୍ରୀ ଯେଉଁ ପ୍ଲାଟଫର୍ମରେ ପହଞ୍ଚିଥିବେ ସେହି ଟ୍ରେନ୍‌ ଭଡାର ଦୁଇଗୁଣା ଆଦାୟ କରାଯିବ।

    କ୍ରୟ ପରେ ୨ ଘଣ୍ଟା ପାଇଁ ପ୍ଲାଟଫର୍ମ ଟିକେଟ୍ ବୈଧ ରହିଥାଏ। ଏହାର ଅର୍ଥ ହେଉଛି ଥରେ ଟିକେଟ୍ କିଣିବା ପରେ ପ୍ଲାଟଫର୍ମରେ ଯାତ୍ରା କରିବା ପାଇଁ ଏହାକୁ ମାତ୍ର ୨ ଘଣ୍ଟା ପାଇଁ ବ୍ୟବହାର କରିପାରିବେ । ଏହାର ମୂଲ୍ୟ ୧୦ ଟଙ୍କା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ