Tuesday, September 15, 2026
24.1 C
Odisha

    ୬ମାସର ଶିଶୁକୁ କୋଳରେ ଧରି ସ୍ଵାମୀଙ୍କ ଫେରିବା ବାଟକୁ ଚାହିଁ ଜୀବନ କାଟୁଛନ୍ତି ସ୍ତ୍ରୀ

    ଆଗକୁ ପଢନ୍ତୁ

    ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ୱାର୍ଡ ଅନ୍ତର୍ଗତ କନବାଗିରି ଗ୍ରାମ ପଣସସାହି ନିବାସୀ ବିପୁଳ କୁମାର ନାୟକ (୪୧) ନିଖୋଜ ହେବାର ଇତି ମଧ୍ୟରେ ୮ମାସ ବିତିଗଲାଣି। ସ୍ତ୍ରୀ ନିଜ କୋଳରେ ୬ମାସର ଶିଶୁ କୁ ଧରି ସ୍ଵାମୀର ଫେରିବା ବାଟକୁ ଚାହିଁ ବସିଛନ୍ତି। ଦୁଃଖ କଷ୍ଟରେ ନିଜ ଶାଶୁ ଘରେ ଯେମିତି ସେମିତି ଚଳୁଥିବା ବେଳେ ଆର୍ଥିକ ଅନାଟନ ସହ୍ୟ ନକରିପାରି ବାଧ୍ୟ ହୋଇ ନିଜ ବାପା ଘରକୁ ଯାଇ ଆଶ୍ରୟ ନେଇଛି। ତଥାପି ସ୍ଵାମୀଙ୍କ ଫେରିବା ବାଟକୁ ଅପେକ୍ଷା କରିଛି। ସୂଚନା ଅନୁସାରେ ନିଖୋଜ ଯୁବକ ବିପୁଳ କୁମାର ନାୟକ ଯାଜପୁର ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଏବଂ ଖ୍ରୀଷ୍ଟମାସ୍ ପାଳିବା ନିମନ୍ତେ ଛୁଟିରେ ନିଜ ଗାଁ କୁ ଫେରୁଥିଲେ।
    ୨୦୨୩ଡିସେମ୍ବର ୨୪ ତାରିଖ ଅପରାହ୍ନ ୪ ଘଣ୍ଟିକା ସମୟରେ ସୁକିନ୍ଦା, ଜଖାପୁର ଷ୍ଟେସନ ରେ ବଡ଼ବିଲ-ପୁରୀ ଟ୍ରେନ ସଂଖ୍ୟା ୧୮୪୧୫, ଡି ଟୁ କୋଚ ବଗିରେ ଭୁବନେଶ୍ବର ଆସିବା ପାଇଁ ଚଢ଼ିଥିଲେ ବୋଲି ସ୍ତ୍ରୀ କୁ ଫୋନକରି କହିଥିଲେ। ରାତି ୮ ଘଣ୍ଟିକା ସମୟରେ ବିପୁଳ ଙ୍କ ସ୍ତ୍ରୀ ପୁଣିଥରେ କଲ କରିଥିଲେ କିନ୍ତୁ ବିପୁଳ କଲ୍ ରିସିଭ୍ କରିବା ବଦଳରେ ଖୋର୍ଦ୍ଧା ଜଟଣି ଷ୍ଟେସନ କର୍ମଚାରୀ କଲ ରିସିଭ୍ କରି ତାଙ୍କ ଜିନିଷ ପତ୍ର ଅଛି କିନ୍ତୁ ବିପୁଳ ଅନୁପସ୍ଥିତ ଥିବା କହିଥିଲେ।

    ଖବର ପାଇ ପରିବାର ଲୋକେ ଉକ୍ତ ଷ୍ଟେସନ କୁ ଯାଇ ବୁଝା ବୁଝି କରିଥିଲେ। ସେହି ଦିନ ଠାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କଲା ପରେ ନିରାଶ ହୋଇ କଟକ ଜିଆରପି ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଥିଲେ ହେଲେ ଆଜକୁ ୮ମାସ ବିତିଗଲା ହେଲେ ପୁଲିସ ବିପୁଳକୁ ଖୋଜି ବାହାର କରିବାରେ ବିଫଳ। ଘରେ ସ୍ତ୍ରୀର ଅବସ୍ଥା କଣ ସେ କଥା ସହି ବାସିନ୍ଦା ଜାଣିଛନ୍ତି। ସ୍ୱାମୀର ଆୟ ଉପରେ ନିର୍ଭର କରି ଚଳୁଥିବା ସ୍ତ୍ରୀ ଏବେ ପୁଣି ୬ମାସର ଶିଶୁ କେତେ କଷ୍ଟଦାୟକ ଜୀବନ। ବିପୁଳଙ୍କ ସ୍ତ୍ରୀ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ପୁଲିସ ନିର୍ଦେଶକଙ୍କୁ ନିବେଦନ କରିଛନ୍ତି ତାଙ୍କ ସ୍ୱାମୀଙ୍କୁ ଖୋଜି ବାହାର କରିବାକୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.1 ° C
    24.1 °
    24.1 °
    87 %
    0.9kmh
    13 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ