Thursday, April 2, 2026
25.4 C
Odisha

    ସୁପ୍ରିମକୋର୍ଟକୁ ମଦ ବୋତଲ ଧରି ପହଞ୍ଚିଗଲେ ଓକିଲ, ହସି ପକାଇଲେ ପ୍ରଧାନ ବିଚାରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କୌଣସି ମାମଲାର ଶୁଣାଣି ସମୟରେ ନିଆଯାଇଥିବା ନିଷ୍ପତ୍ତି ଓ ମନ୍ତବ୍ୟ ପାଇଁ ବାରମ୍ବାର ଚର୍ଚ୍ଚାରେ ରହୁଥିବା ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ନିକଟରେ ଏକ ମାମଲାର ଶୁଣାଣି ସମୟରେ ବେଶ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନାଯୋଗ୍ୟ, ଶୁକ୍ରବାର (ଜାନୁଆରୀ ୫) ଦୁଇଟି ମଦ କମ୍ପାନି ମଧ୍ୟରେ ଟ୍ରେଡ୍ ମାର୍କ ଉଲ୍ଲଂଘନ ବିବାଦର ଶୁଣାଣି ସମୟରେ ଆଇନଜୀବୀ ମୁକୁଲ ରୋହତଗୀ ତାଙ୍କ ସମ୍ମୁଖରେ ଦୁଇଟି ବୋତଲ ହ୍ୱିସ୍କି ଉପସ୍ଥାପନ କରିଥିଲେ।ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଏକ ଆବେଦନର ଶୁଣାଣି କରିଥିଲେ। ‘ଲଣ୍ଡନ ପ୍ରାଇଡ୍’ ବ୍ରାଣ୍ଡ ନାମରେ ପାନୀୟ ଉତ୍ପାଦନ ଉପରେ ଇନ୍ଦୋରର କମ୍ପାନି ଜେକେ ଏଣ୍ଟରପ୍ରାଇଜେସ୍ ଉପରେ ରୋକ୍ ଲଗାଇବା ପାଇଁ ମଦ କମ୍ପାନି ପର୍ନୋଡ୍ ରିକାର୍ଡ କରିଥିବା ଆବେଦନକୁ ମଧ୍ୟପ୍ରଦେଶ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ପର୍ନୋଡ୍ କମ୍ପାନି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

    ଶୁଣାଣି ଆରମ୍ଭରେ ପର୍ନୋଡ୍ କମ୍ପାନିର ଓକିଲ ମୁକୁଲ ରୋହତଗୀ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କୁ କମ୍ପାନୀର ଉତ୍ପାଦକୁ କୋର୍ଟ ଭିତରକୁ ଆଣିବାକୁ ଅନୁମତି ଦିଆଯାଉ। ଅନୁମତି ମିଳିବା ମାତ୍ରେ ସେ କମ୍ପାନୀର ମଦର ଦୁଇଟି ବୋତଲ ଆଣି ନିଜ ଟେବୁଲ ଉପରେ ରଖିଥିଲେ । ଏହି ଅଦ୍ଭୁତ ଦୃଶ୍ୟ ଦେଖି ପ୍ରଧାନ ବିଚାରପତି ହସି ପକାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ