Thursday, April 9, 2026
25.9 C
Odisha

    ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

    ଆଗକୁ ପଢନ୍ତୁ

    ବାସୁଦେବପୁର: ବାସୁଦେବପୁର ଥାନା ବଗଦା ବିନାୟକପୁର ସ୍ଥିତ ରବୀନ୍ଦ୍ର ବେହେରାଙ୍କ ସ୍ତ୍ରୀ ସସ୍ମିତା ଝିଅ ସହ ଶୋଇଥିବା ବେଳେ ରାତି ପ୍ରାୟ  ଗୋଟାଏ ସମୟରେ କେହି ଦୁର୍ବୃତ୍ତ କବାଟ ତାଡ଼ି ଘର ଭିତରକୁ ପ୍ରବେଶ କରିଥିଲେ। ଶୋଇଥିବା ସସ୍ମିତା ଉଠିପଡ଼ି ପ୍ରତିବାଦ କରିବାରୁ ଦୁର୍ବୃତ୍ତ ମାରଣାସ୍ତ୍ର ଜରିଆରେ ସସ୍ମିତାଙ୍କ ବେକକୁ ହାଣି ମହଜୁଦ ଥିବା ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ।ସସ୍ମିତା ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରି ଅନତି ଦୂରରେ ରହୁଥିବା ବାପଘର ନିକଟକୁ ‌ଦୌଡ଼ି ଯାଇ ସମସ୍ତ ଘଟଣା କହିଥିଲେ। ବାପଘର ଲୋକେ ସସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଓ ପରେ ଭଦ୍ରକ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରା ଯାଇଥିଲା। ସେଠାରେ ଆଜି ସକାଳେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଅଭିଯୋଗ ପରେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାନଭିନ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.9 ° C
    25.9 °
    25.9 °
    57 %
    0.6kmh
    100 %
    Thu
    37 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ