Saturday, March 7, 2026
19.3 C
Odisha

    ଅଷ୍ଟ୍ରେଲିଆ ହୋଟେଲ୍‌ରେ ‘ହେୟାର୍‌ ଡ୍ରାୟର୍‌’ ବ୍ୟବହାର କରିଥିଲେ ମହିଳା; ୭୮,୦୦୦ ଟଙ୍କା ବିଲ୍‌ ଆସିବା ଦେଖି ହେଲେ ହତଚିକିତ

    ଆଗକୁ ପଢନ୍ତୁ

    ପର୍ଥ: ଅଷ୍ଟ୍ରେଲିଆର ଏକ ହୋଟେଲ୍‌ରେ ‘ହେୟାର୍‌ ଡ୍ରାୟର୍‌’ ବ୍ୟବହାର ବାବଦକୁ ୧,୪୦୦ ଅଷ୍ଟ୍ରେଲୀୟ ଡଲାର୍‌ (ଭାରତୀୟ ମୁଦ୍ରାରେ ୭୮,୧୩୦ଟଙ୍କା) ବିଲ୍‌ ଆସିବା ଦେଖି କେଲି ନାମରେ ଜଣେ ମହିଳା ହତଚକିତ ‌ହୋଇଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।  ‘କନ୍‌ସର୍ଟ’ (ସଙ୍ଗୀତ କାର୍ଯ୍ୟକ୍ରମ) ଦେଖିବା ଲାଗି ସେ ‘ନୋବୋଟେଲ୍‌ ପର୍ଥ ଲାଙ୍ଗ୍‌ଲେ’ ହୋଟେଲ୍‌ରେ ରହୁଥିଲେ।  କିଙ୍ଗସ୍‌ ପାର୍କରେ ‘ମିନିଷ୍ଟ୍ରି ଅଫ୍‌ ସାଉଣ୍ଡ୍‌’ର ବାଦ୍ୟ ଶୁଣିବା ଆଗରୁ ସେ ହୋଟେଲ୍‌ରେ ରୁମ୍‌ରେ ଥିବା ‘ସାୱାର୍‌’ରେ ସ୍ନାନ କରି ‘ହେୟାର୍‌ ଡ୍ରାୟର୍‌’ରେ କେଶ ଶୁଖାଇଲେ।

    କିନ୍ତୁ, ‘ହେୟାର୍‌ ଡ୍ରାୟର୍‌’ ବ୍ୟବହାର କରିବା ସମୟରେ ‘ଆଲାର୍ମ’ ବାଜିବା ଶବ୍ଦ ଶୁଭିଲା ଏବଂ ଅବିଳମ୍ବେ ଅଗ୍ନିଶମ ସେବା କର୍ମଚାରୀମାନେ ଆସି ତାଙ୍କ ପ୍ରକୋଷ୍ଠ ଦୁଆରେ ହାଜର ହୋଇଗଲେ। ‘ହେୟାର୍‌ ଡ୍ରାୟର୍‌’ ଯୋଗୁଁ ‘ଆଲାର୍ମ’ ସକ୍ରିୟ ହୋଇଥିବା ଜାଣି ସେମାନେ ଚାଲିଗଲେ। କେଲି ମଧ୍ୟ ‘କନ୍‌ସର୍ଟ’ ଦେଖିବାକୁ ଚାଲିଗଲେ। ତା’ପର ଦିନ ହୋଟେଲ୍‌ରୁ ବିଦାୟ ନେବା ବେଳେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୧୪୦୦ ଡଲାର୍‌ ଚାର୍ଜ ହୋଇଥିବା ଦେଖି ଆଚମ୍ବିତ ହୋଇଗଲେ। ହୋଟେଲ୍‌କୁ ଫୋନ୍‌ କରି ବୁଝିଲେ ଯେ, ଏହା ହେଉଛି ଅଗ୍ନିଶମ ବିଭାଗକୁ ଡକାଇବା ‘ଫି’ ବା ଖର୍ଚ୍ଚ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.3 ° C
    19.3 °
    19.3 °
    95 %
    1.7kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ