Wednesday, June 4, 2025
27.3 C
Odisha

    ଶହେ ଦିନ ଭିତରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଉପହାର : ଉପମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଶହେ ଦିନ ଭିତରେ ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା ମହିଳାଙ୍କୁ ମିଳିବ । ଏହି ଯୋଜନା ଏବେ ଡ୍ରାଫ୍ଟ ଷ୍ଟେଜରେ ଅଛି । ଖୁବ ଶୀଘ୍ର ଏହାର ରୂପରେଖ ଆସିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟରେ ଅଛି । ତେଣୁ କେଉଁମାନଙ୍କୁ ଏହିି ଯୋଜନାର ସୁଫଳ ମିଳିବ ତାହା ଏବେ କହିବା ଠିକ ନୁହେଁ । ତେଣୁ ଯାହା ସଠିକ୍ ଖବର ତାକୁହିଁ ଲୋକଙ୍କ ପାଖରେ ପହଞ୍ଚାଯାଉ କିନ୍ତୁ କୌଣସି ମନଗଢା କି ଉଡା ଖବରକୁ ପ୍ରସାର ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ପ୍ରଭାତୀ ପରିଡା । ତେବେ ଶହେ ଦିନ ମଧ୍ୟରେ ସୁଭଦ୍ରା ଯୋଜନା ମିଳିବ, ଯାହା ବିଜେପି ସଂକଳ୍ପ ପତ୍ରରେ ଥିଲା, କ୍ୟାବିନେଟ ଏହାକୁ ସ୍ୱୀକୃତି ଦେଇଛି ।ତେଣୁ ଏହାର ପ୍ରକିୟାକୁ ଯଥାଶୀଘ୍ର ଶେଷ କରାଯାଇ ମହିଳାଙ୍କ ପାଖରେ ପହଞ୍ଚାଯିବ ବୋଲି କହିଛନ୍ତି ପ୍ରଭାତୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.3 ° C
    27.3 °
    27.3 °
    66 %
    1.5kmh
    100 %
    Wed
    28 °
    Thu
    39 °
    Fri
    40 °
    Sat
    40 °
    Sun
    42 °

    ସମ୍ବନ୍ଧିତ