Wednesday, July 1, 2026
27.6 C
Odisha

    ଜୁଲାଇ ୩ ରୁ ୫ କେନ୍ଦ୍ର ଗୃହମନ୍ତ୍ରୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଇଥାନଲ୍ ପ୍ଲାଣ୍ଟର ଉଦଘାଟନ ସହ ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର୍ସ’ ସମ୍ମାନ ! । ଜୁଲାଇ ୩ ରୁ ୫ କେନ୍ଦ୍ର ଗୃହମନ୍ତ୍ରୀଙ୍କ ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ଓଡ଼ିଶା ଗସ୍ତ କରୁଛନ୍ତି । ରାଜ୍ୟର ଶିଳ୍ପ, ଭିତ୍ତିଭୂମିର ବିକାଶ ଏବଂ ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ୩ ଜୁଲାଇରେ ନୂଆଦିଲ୍ଲୀରୁ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ଝାରସୁଗୁଡ଼ାରେ ରାତ୍ରିଯାପନ କରିବେ । ୪ ତାରିଖରେ ବରଗଡ଼ର ବାଉଲସିଂହା ଠାରେ ନିର୍ମିତ BPCL ର ଦ୍ୱିତୀୟ ପିଢ଼ିର (2G) ଇଥାନଲ୍ ପ୍ଲାଣ୍ଟର ଆନୁଷ୍ଠାନିକ ଉଦଘାଟନ କରିବେ । ଏହା ପରେ ସମ୍ବଲପୁରର ରେମେଡ୍ ପଡ଼ିଆରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପରେ ପ୍ରସିଦ୍ଧ ମାଆ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରି ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ।

    ଏହା ସହ ବୁର୍ଲା ଏବଂ ଆଖପାଖ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ୫ ତାରିଖରେ କଟକ ଜିଲ୍ଲା ବଡ଼ମ୍ବା ଚିନି କଳର ପୁନରୁଦ୍ଧାର କାର୍ଯ୍ୟକ୍ରମରେ ସାମିଲ ହେବେ । ଭୁବନେଶ୍ୱର ସ୍ଥିତ ୭ମ ଓଏସଏପି (7th OSAP) ବାଟାଲିୟନ ପରିସରରେ ଓଡ଼ିଶା ପୋଲିସକୁ ସମ୍ମାନଜନକ ‘ପ୍ରେସିଡେଣ୍ଟସ୍ କଲର୍ସ’ (President’s Colours) ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସନ୍ଧ୍ୟାରେ ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ । ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କଟକ ଏବଂ ଭୁବନେଶ୍ୱରରେ କ୍ରାଇମବ୍ରାଞ୍ଚ, ସିଆରପିଏଫ୍ (CRPF) ବାଟାଲିୟନ ଏବଂ ରାଜ୍ୟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ଯୋଗାଇ ଦିଆଯାଇଛି । ସମସ୍ତ ଜିଲ୍ଲାରେ ପୋଲିସ କମିଶନରେଟ୍ ସହ ସମନ୍ୱୟ ରକ୍ଷା କରାଯାଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    79 %
    1.8kmh
    100 %
    Wed
    29 °
    Thu
    32 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ