Monday, September 28, 2026
24.7 C
Odisha

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କା ପରେ ହୁ ହୁ ହୋଇ ଜଳିଗଲା ଗାଡ଼ି; ୭ ଜୀବନ୍ତ ଦଗ୍ଧ, ୧୫ ଗୁରୁତର!

    ଆଗକୁ ପଢନ୍ତୁ

    ରାଜସ୍ଥାନ  : ରାଜସ୍ଥାନର ଦୌସା ଜିଲ୍ଲାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଉପରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମଧ୍ୟରେ ଜୋରଦାର ଧକ୍କା ହେବା ପରେ ବସ୍‌ରେ ନିଆଁ ଲାଗିଯାଇଛି, ଯେଉଁଥିରେ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୧୫ ଜଣ ଆହତ ହୋଇଛନ୍ତି। କୋଲାୱା ଥାନା ଅନ୍ତର୍ଗତ ଦ୍ୱାରପୁରା ଗାଁ ପାଖରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

    ସରକାରୀ ସୂଚନା ଅନୁସାରେ, ବସ୍‌ଟି ୩୯ ଜଣ ଯାତ୍ରୀଙ୍କୁ ନେଇ ହରିଦ୍ୱାରରୁ ଇନ୍ଦୋର ଯାଉଥିବା ବେଳେ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦେଖୁଦେଖୁ କିଛି ମୁହୂର୍ତ୍ତ ମଧ୍ୟରେ ବସ୍‌ଟି ହୁ ହୁ ହୋଇ ଜଳିଉଠିଥିଲା। ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି। ନିଆଁ ଲାଗିଯିବା ଯୋଗୁଁ ଅନେକ ଯାତ୍ରୀ ଗୁରୁତର ଭାବେ ପୋଡ଼ିଯାଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ଜରୁରୀକାଳୀନ ଦଳ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇବା ମାତ୍ରେ ପୋଲିସ, ଦମକଳ ବାହିନୀ ଏବଂ ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ‘ଗ୍ରୀନ୍ କରିଡର’ ତିଆରି କରାଯାଇଥିଲା, ଯାହାଦ୍ୱାରା ଆମ୍ବୁଲାନ୍ସଗୁଡ଼ିକ ବିନା କୌଣସି ବାଧାରେ ଆହତମାନଙ୍କୁ ସିଧାସଳଖ ଦୌସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ଦୌସା ଏସପି (SP) ପିୟୁଷ ଦୀକ୍ଷିତ କହିଛନ୍ତି ଯେ ନିଆଁରେ ପୋଡ଼ି ହୋଇ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ଆଖି ବୁଜିଛନ୍ତି। ଏହି ବସ୍‌ଟି ଉତ୍ତରାଖଣ୍ଡର ଋଷିକେଶରୁ ମଧ୍ୟପ୍ରଦେଶର ଇନ୍ଦୋର ଯାଉଥିଲା ଏବଂ ଏହା ଇନ୍ଦୋରର ‘ହଂସ ଟ୍ରାଭେଲ୍ସ’ କମ୍ପାନୀର ଥିଲା।

     

     

    ଏହି ଦୁର୍ଘଟଣା ଯୋଗୁଁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଉଦ୍ଧାର କାର୍ଯ୍ୟକୁ ସହଜ କରିବା ଏବଂ ରାସ୍ତା ସଫା କରିବା ପାଇଁ ପୋଲିସ ଅନ୍ୟ ଗାଡ଼ିଗୁଡ଼ିକୁ ଅଲଗା ରାସ୍ତା ଦେଇ ପଠାଇଥିଲା। ଉଦ୍ଧାର କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସେଠାରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଥିଲା। ଅନ୍ୟପଟେ, ଦୁର୍ଘଟଣା କେମିତି ଏବଂ କେଉଁ ପରିସ୍ଥିତିରେ ଘଟିଲା, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

    ଏହା ପୂର୍ବରୁ ଜୁନ୍ ୨୭ ତାରିଖରେ ରାଜସ୍ଥାନର କୋଟପୁତଲି ନିକଟରେ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥରେ ଏକ କ୍ଷୀର ଟ୍ୟାଙ୍କର ଓଲଟି ପଡ଼ିଥିଲା। ଏହାଯୋଗୁଁ ହଜାର ହଜାର ଲିଟର କ୍ଷୀର ରାସ୍ତାରେ ଭାସିଯାଇଥିଲା ଏବଂ ଏହାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଲୋକମାନେ ବାଲ୍ଟି, ବୋତଲ ଓ ଡବା ଧରି ଗାଡ଼ିରୁ ବୋହିଯାଉଥିବା କ୍ଷୀରକୁ ନେବା ପାଇଁ ଦୌଡ଼ୁଛନ୍ତି। ଏହି ଅଦ୍ଭୁତ ଦୃଶ୍ୟ ସେଠାକାର ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା।

    ଏହି ଦୁର୍ଘଟଣାରେ ପ୍ରଚୁର ପରିମାଣର କ୍ଷୀର ନଷ୍ଟ ହେବା ସହ ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଜାମ୍ ସୃଷ୍ଟି ହୋଇଥିଲା। କିଛି ଲୋକ ଆହତ ଡ୍ରାଇଭରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ବେଳେ, ଅନ୍ୟ ଅନେକ ଲୋକ ଓଲଟି ପଡ଼ିଥିବା ଗାଡ଼ି ପାଖରେ ରୁଣ୍ଡ ହୋଇ କ୍ଷୀର ଗୋଟାଇବାରେ ବ୍ୟସ୍ତ ଥିଲେ। ଏଥିପାଇଁ ସେଠାରେ କିଛି ସମୟ ପାଇଁ ବେଶ୍ ହୋହଲ୍ଲା ଓ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ