Tuesday, July 21, 2026
23.8 C
Odisha

    କାରକୁ ଧକ୍କା ଦେଲା ଘରୋଇ ସ୍ଲିପର ବସ୍, ୫ ମୃତ ଓ ୧୨ ଆହତ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ଆଜି ଉତ୍ତରପ୍ରଦେଶ ଉନ୍ନାୱ ନିକଟରେ ଥିବା ବାଙ୍ଗରମାଉ କୋତୱାଲୀ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ବସଟି କାରକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

    ସୂଚନାନୁଯାୟୀ, ଆଜି ସକାଳେ ଏକ ଘରୋଇ ସ୍ଲିପର ବସ୍ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ହରିୟାଣାରୁ ବିହାର ଯାଉଥିଲା । ସେହି ସମୟରେ ବସଟି ନିୟନ୍ତ୍ରଣ ହରାଇ ଡିଭାଇଡର୍ ପାର୍ ହୋଇ ସାମ୍ନାରୁ ଆସୁଥିବା ଏକ କାରକୁ ଧକ୍କା ଦେଇଥିଲା । ଫଳରେ ବସଟି ଖାଲରେ ଖସି ପଡିଥିଲା । ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ବ୍ୟାପକ ଆତଙ୍କ ସୃଷ୍ଟି କରିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଏବଂ ୟୁପିଡା ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଆହତଙ୍କୁ ସାମୁହିକ ସ୍ବାସ୍ଥ୍ୟ କେନ୍ଦ୍ର ବାଙ୍ଗରମାଓକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ଦିବ୍ୟା(୬), ଅଞ୍ଜୁ(୪୦), ଅମୃତା(୧୩), ଧୁନମୁନ(୬୦) ଏବଂ ଡ୍ରାଇଭର ବିନୋଦ(୪୫)ଙ୍କୁ ମୃତ ଘୋଷଣା କରିଥିଲେ । ୧୨ ଜଣ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଉନ୍ନାୱ ଜିଲ୍ଲା ହସ୍ପିଟାଲ ପଠାଯାଇଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ଏବଂ ସନ୍ଥ କବୀର ନଗରର ବାସିନ୍ଦା ବୋଲି ସୂଚନା ମିଳିଛି ।

    ଅନ୍ୟପଟେ  ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଜିଲ୍ଲା ମାଜିଷ୍ଟ୍ରେଟ୍ ଧନଶ୍ୟାମ ମୀନା, ପୋଲିସ ଅଧୀକ୍ଷକ ଜୟ ପ୍ରକାଶ ସିଂହ ଏବଂ ଉପ-ଜିଲ୍ଲା ମାଜିଷ୍ଟ୍ରେଟ୍ ବାଙ୍ଗରମାଉ ବ୍ରିଜମୋହନ ଶୁକ୍ଳା, ଅନ୍ୟାନ୍ୟ ପ୍ରଶାସନିକ ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଥିଲେ ଏବଂ ଆହତମାନଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଥିଲେ। ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    97 %
    1kmh
    100 %
    Tue
    24 °
    Wed
    25 °
    Thu
    25 °
    Fri
    28 °
    Sat
    30 °

    ସମ୍ବନ୍ଧିତ