Wednesday, July 2, 2025
24.5 C
Odisha

    ଜାନୁଆରୀ ୧୫ରୁ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

    ଆଗକୁ ପଢନ୍ତୁ

    ଜାନୁଆରୀ ୧୫ରୁ ବରଗଡ଼ରେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଗୋପପୁର ଯାତ୍ରା କମିଟି ପକ୍ଷରୁ ସ୍ଥାନୀୟ ବୃନ୍ଦାବନ ପଡ଼ିଆରେ ସ୍ଥାପନ କରାଗଲା ଶୁଭସ୍ତମ୍ଭ । ଅମ୍ବାପାଲି ସ୍ଥିତ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି ।

    ଭଜନ ଓ ସଙ୍କୀର୍ତନର ତାଳେ ତାଳେ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରିବା ସହ ଅତିଥି ମାନଙ୍କ ଗହଣରେ ଏହି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି । ଏଥି ସହିତ ଧନୁଯାତ୍ରାରେ କୃଷ୍ଣ, ବଳାରାମ, ବାସୁଦେବ, ଦେବକୀ, କଂସ ଇତ୍ୟାଦି ଭୂମିକାରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ବରଣ କରିଛି ଗୋପପୁର ଯାତ୍ରା କମିଟି । ପରମ୍ପରା ଅନୁଯାୟୀ ଶୁଭସ୍ତମ୍ଭ ସ୍ଥାପନା ପରେ ଅମ୍ବାପାଲି ଗାଁ ଗୋପପୁରରେ ପରିଣତ ହେବା ପରେ ଲୋକଙ୍କ ମନରେ ଧନୁଯାତ୍ରାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    88 %
    2.2kmh
    99 %
    Tue
    25 °
    Wed
    26 °
    Thu
    30 °
    Fri
    25 °
    Sat
    28 °

    ସମ୍ବନ୍ଧିତ