Saturday, July 27, 2024
24.6 C
Odisha

    କେଜ୍ରିୱାଲଙ୍କ ଗିରଫକୁ ନେଇ ବିଦେଶୀ ଗଣମାଧ୍ୟମର ଭିନ୍ନ ଭିନ୍ନ ମତ । ଜାଣନ୍ତୁ କେଉଁ ଗଣମାଧ୍ୟମ ଲେଖିଲା କ’ଣ

    ଆଗକୁ ପଢନ୍ତୁ

    ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗୁରୁବାର ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି । ସାରା ବିଶ୍ୱର ଭିନ୍ନ ଭିନ୍ନ ଗଣମାଧ୍ୟମ ଏହି ଖବରକୁ ନିଜ ନିଜ ନଜରରେ ପ୍ରକାଶ କରିଛନ୍ତି । ଆମେରିକାର ମିଡିଆ ହାଉସ ୱାସିଂଟନ ପୋଷ୍ଟ ତାର ହେଡଲାଇନରେ ଲେଖିଛି କି, ବିରୋଧୀଙ୍କ ଉପରେ ତୀବ୍ର ଗତିରେ ହେଉଥିବା କାର୍ଯ୍ୟାନୁଷ୍ଠାନ କ୍ରମରେ ଭାରତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି । ସେହିଭଳି ସିଏନଏନ୍ ମଧ୍ୟ କେଜ୍ରିୱାଲଙ୍କ ଗିରଫ ଖବରକୁ ଫ୍ରଣ୍ଟ ପେଜରେ ସ୍ଥାନ ଦେଇଛି । ସେ ଲେଖିଛି କି, ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ, ବିରୋଧୀ କହିଲେ ଏହା ଷଡଯନ୍ତ୍ର । ଏହାସହ ବିବିସି ମଧ୍ୟ ତାର ସାମ୍ନା ପୃଷ୍ଟାରେ କେଜ୍ରିୱାଲଙ୍କ ଗିରଫ ଖବରକୁ ସ୍ଥାନ ଦେଇଛି । କତର ଗଣମାଧ୍ୟମର ଅଲଜଜୀରା କେଜ୍ରିୱାଲଙ୍କ ଗିରଫ ନେଇ ଖବର ଛାପିଛି । ସେ ଲେଖିଛି କି, ଏହା ଭାରତର ମୃତ ଲୋକତନ୍ତ୍ରକୁ ଦର୍ଶାଉଛି । ଏହି ଘଟଣା ବିରୋଧୀଙ୍କୁ ଏକାଠି କରିପାରିବ କି ? ସେ ତା’ର ଆର୍ଟିକିଲରେ ଲେଖିଛି ଭାରତର ରାଜଧାନୀ ସାମ୍ବିଧାନିକ ସଂକଟରେ ଫଶି ଯାଇଛି । ଆହୁରି ଲେଖାଯାଇଛି ନରେନ୍ଦ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ ଇଡି ଓ ସିବିଆଇ ନିକଟରେ ଯେତିକି ମାମଲା ଦାଖଲ ହୋଇଛି ତାହା ମଧ୍ୟରୁ ବିରୋଧୀଦଳର ନେତାଙ୍କ ନାମରେ ୯୫ ପ୍ରତିଶତ ମାମଲା ରହିଛି ।

    ନ୍ୟୁୟର୍କ ଟାଇମ୍ସ ମଧ୍ୟ କେଜ୍ରିୱାଲଙ୍କ ଗିରଫ ଖବରକୁ ଛାପିଛି । ନ୍ୟୁୟର୍କ ଟାଇମ୍ସ ଲେଖିଛି ନିର୍ବାଚନ ପୂର୍ବରୁ ଗୋଟିଏ ରାଜନୈତିକ ଦଳର ମୁଖ୍ୟଙ୍କୁ ଡ୍ରାମା କ୍ରମରେ ଗିରଫ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ