Monday, March 17, 2025
26.6 C
Odisha

    ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ବିଶ୍ୱ ରେଡ଼ିଓ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ଫେବୃଆରୀ ୧୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ଗୁରୁବାର ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ବିଶ୍ୱ ରେଡ଼ିଓ ଦିବସର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ରେଡ଼ିଓ ଓ ଜଳବାୟୁ ପରିବର୍ତନ’ ।
    କମ୍ୟୁନିଟି ରେଡ଼ିଓର ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସୋଆର ଫ୍ୟାକଲ୍ଟିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
    ଶ୍ରୋତାମାନଙ୍କୁ ସୂଚନା ପ୍ରଦାନ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଶିକ୍ଷିତ ଓ ସଚେତନ କରାଇବାରେ ସୋଆ କମ୍ୟୁନିଟି ରେଡ଼ିଓର ଏକ ବଡ଼ ଭୂମିକା ରହିଛି । ରେଡ଼ିଓ ଦିବସରେ ଆମେ କେବଳ ରେଡ଼ିଓର ଅତୀତ ଏବଂ ବର୍ତମାନ ନୁହେଁ ମାତ୍ର ଭବିଷ୍ୟତରେ ଓ ଡିଜିଟାଲ୍ ଯୁଗରେ ଯୁବ ସମ୍ପ୍ରଦାୟ ରେଡ଼ିଓ ସହିତ କିପରି ଯୋଡ଼ି ହୋଇ ରହିପାରିବେ ସେଥିପାଇଁ ଆମର ପ୍ରୟାସ ରହିବ ବୋଲି ସୋଆ କମ୍ୟୁନିଟି ରେଡ଼ିଓର ଅଫିସର ଇନ୍‌ଚାର୍ଜ ଶ୍ରୀମତି ହନି ପଟ୍ଟନାୟକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    34 %
    1.8kmh
    1 %
    Sun
    27 °
    Mon
    40 °
    Tue
    39 °
    Wed
    41 °
    Thu
    41 °

    ସମ୍ବନ୍ଧିତ