Monday, March 30, 2026
37.6 C
Odisha

    ପଶ୍ଚିମବଙ୍ଗ ଗସ୍ତ ବେଳେ ରାହୁଲ ଗାନ୍ଧିଙ୍କ କାର୍‌ ଉପରେ ଆକ୍ରମଣ, ଭାଙ୍ଗିଲା ୱିଣ୍ଡସ୍କ୍ରିନ୍‌

    ଆଗକୁ ପଢନ୍ତୁ

    କୋଲକାତା: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୁଧବାର ଭାରତ ଯୋଡୋ ନ୍ୟାୟ ଯାତ୍ରାର ପଶ୍ଚିମବଙ୍ଗ ପର୍ଯ୍ୟାୟରେ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ଆକକ୍ରମଣ ହୋଇଛି। କେତେକ ଦୁର୍ବୃତ୍ତ ରାହୁଲ ଗାନ୍ଧୀ ବସିଥିବା କାର ଉପରେ ଟାର୍ଗେଟ କରି ଏହାର ୱିଣ୍ଡସ୍କ୍ରିନ୍‌କୁ ଭାଙ୍ଗି ଦେଇଥିବା ଦଳ ଅଭିଯୋଗ କରିଛି।କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ବିହାରରୁ ବାହାରି ରାଜ୍ୟର ମାଲଦା ଜିଲ୍ଲାରେ ଏହି ଯାତ୍ରା ପ୍ରବେଶ କରିବା ପରେ ଏହି ଘଟଣା ଘଟିଛି। ଏହି ଆକ୍ରମଣରେ ଗାଡିର ପଛ ଝରକା କାଚ ଭାଙ୍ଗି ଯାଇଛି। ତେବେ, ଏହି ଆକ୍ରମଣ ଘଟଣାରେ ରାହୁଲ ଗାନ୍ଧି ନିଜେ ସୁରକ୍ଷିତ ଅଛନ୍ତି।ଘଟଣାସ୍ଥଳରୁ ମିଳିଥିବା ଏକ ଫଟୋରେ ରାହୁଲ ଗାନ୍ଧି ଏକ ସ୍ପୋର୍ଟସ ୟୁଟିଲିଟି (ଏସୟୁଭି) ଗାଡିରୁ ଓହ୍ଲାଇ କ୍ଷତିଗ୍ରସ୍ତ ଗାଡ଼ିର ୱିଣ୍ଡସ୍କ୍ରିନ୍‌ ଯାଞ୍ଚ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ୱାୟନାଡ ସାଂସଦ କାର୍‌ର ଛାତ ଉପରେ ବସିଥିବା ଦେଖିବାକୁ ମିଳିଥିଲା, ଯାହା ଧୀରେ ଧୀରେ ଗତି କରୁଥିଲା ଏବଂ ସେ ରାସ୍ତାରେ ଏକତ୍ରିତ ଉତ୍ସାହିତ ଜନତାଙ୍କୁ ହାତ ହଲାଉଥିଲେ।

    ଏହି ଘଟଣା ପରେ ରାହୁଲ ଗାନ୍ଧି କହିଛନ୍ତି, ‘ଆକ୍ରମଣରେ ଆମର କାର୍‌ ଭାଙ୍ଗିଯାଇଛି। କିନ୍ତୁ ଆମଯାତ୍ରା ବାଧାପ୍ରାପ୍ତ ହେବ ନାହିଁ ଏବଂ ‘ଇଣ୍ଡିଆ’ ମେଣ୍ଟ ମୁଣ୍ଡ ନୁଆଁଇବ ନାହିଁ।’ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ କହିଛନ୍ତି ଯେ ବିଜେପିକୁ କ୍ଷମତାଚ୍ୟୁତ କରିବା ମଧ୍ୟ ତାଙ୍କର ଲକ୍ଷ୍ୟ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    37.6 ° C
    37.6 °
    37.6 °
    15 %
    1.5kmh
    43 %
    Mon
    38 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ