Saturday, March 21, 2026
19.7 C
Odisha

    ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳର ଉଗ୍ରରୂପ ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ଶୁକ୍ରବାର ରାତିରେ ବାଲେଶ୍ୱର ସହରରେ ମୁହାଁମୁହିଁ ହୋଇଥିଲେ। ଆଜି ଗୋଟିଏ ଗୋଷ୍ଠୀର କିଛି ଯୁବକ ନୀଳଗିରି ଅଂଚଳକୁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଯୁବକ ସେଠାକୁ ଯାଇ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯୁବକଙ୍କ ହାତ ତେଲେଙ୍ଗା କଟୁରି ଚୋଟରେ କଟିଯାଇଛି। ଗୁରୁତର ଭାବେ ସ୍ଥାନୀୟ ଲୋକ ଓ ସଂପୃକ୍ତ ଯୁବକଙ୍କ ସହ ଯାଇଥିବା ଯୁବକମାନେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆଣିଛନ୍ତି। ଗୁରୁତର ଯୁବକ ହେଲେ ସହଦେଵଖୁଣ୍ଟା ଥାନା କେଶପୁର ଅଞ୍ଚଳର ରାଜେଶ ନାୟକଙ୍କ ପୁଅ କମଲ ନାୟକ। ଖବର ପାଇ ନୀଳଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପଟେ ଟାଉନ ଥାନା ଓ ସହଦେଵଖୁଣ୍ଟା ଥାନା ପୁଲିସ ପହଂଚି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ