Monday, October 12, 2026
30 C
Odisha

    ଉତ୍ତରପୂର୍ବ ଭାରତରେ ୫୫ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ମୋଦୀ

    ଆଗକୁ ପଢନ୍ତୁ

    ଗୌହାଟୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପୂର୍ବ ଭାରତରେ ପ୍ରାୟ ୫୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି | ମୋଦୀ ପୂର୍ବାହ୍ନ ସାଢ଼େ ୧୦ଟାରେ ଅରୁଣାଚଳପ୍ରଦେଶର ଇଟାନଗରରେ ‘ବିକଶିତ ଭାରତ ବିକଶିତ ଉତ୍ତର ପୂର୍ବ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ଏବଂ ପ୍ରାୟ ୧୦,୦୦୦ କୋଟି ଟଙ୍କାର ଉନ୍ନତି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ ପାଖାପାଖି ୫୫,୬୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ ମଧ୍ୟ କରିଥିଲେ | ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ଆସାମର ଜୋରହାଟରେ ପହଂଚି ପ୍ରସିଦ୍ଧ ଆହୋମ ଜେନେରାଲ ଲଚିତ୍ ବୋରଫୁକାନଙ୍କ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ |ଆସାମରେ ୧୭,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ କରିଥିଲେ । ଜୋରହାଟରେ ଆୟୋଜିତ ଏହି ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, ତୈଳ ଓ ଗ୍ୟାସ, ରେଳ ଓ ଗୃହ ନିର୍ମାଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ଶିବସାଗରଠାରେ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଗୌହାଟୀରେ ଏକ ହେମାଟୋ – ଲିମ୍ଫୋଇଡ୍ କେନ୍ଦ୍ର ସମେତ ଉତ୍ତର – ପୂର୍ବାଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ ବିକାଶ ପଦକ୍ଷେପ (ପିଏମ୍ – ଡିଭାଇନ୍‌) ଯୋଜନା ଅଧୀନରେ ଥିବା ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲେ ।

    ସେ ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି , ଯେଉଁଥିରେ ଦିଗବୋଇ ରିଫାଇନାରୀର କ୍ଷମତା ୦.୬୫ ରୁ ୧ ଏମ୍‌ଏମ୍‌ଟିପିଏ (ବାର୍ଷିକ ନିୟୁତ ମେଟ୍ରିକ ଟନ୍‌) କୁ ବୃଦ୍ଧି ; ଗୌହାଟୀ ବିଶୋଧନାଗାର ସମ୍ପ୍ରସାରଣ (୧.୦ ରୁ ୧.୨ ଏମ୍‌ଏମ୍‌ଟିପିଏ) ଏବଂ କ୍ୟାଟାଲିଟିକ୍ ରିଫର୍ମିଂ ୟୁନିଟ୍ (ସିଆରୟୁ) ପ୍ରତିଷ୍ଠା; ଏବଂ ବେତକୁଚି (ଗୌହାଟୀ) ଟର୍ମିନାଲ: ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ସୁବିଧା ବୃଦ୍ଧି ପ୍ରମୁଖ ରହିଛି । ତିନସୁକିଆରେ ନୂତନ ମେଡିକାଲ କଲେଜ ଏବଂ ହସ୍ପିଟାଲ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସହ ପ୍ରାୟ ୩,୯୯୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭୧୮ କିଲୋମିଟର ଦୀର୍ଘ ବରାଉଣି – ଗୌହାଟୀ ପାଇପଲାଇନ୍ (ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ଏକ ଅଂଶ) ଇତ୍ୟାଦି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ