Thursday, April 2, 2026
38.5 C
Odisha

    ଦ୍ରୁତଗାମୀ ଟ୍ରେନ ଆଗରୁ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ଗୁତୃତର ଓ ବୃଦ୍ଧା ମୃତ

    ଆଗକୁ ପଢନ୍ତୁ

    ବାଲେଶ୍ଵର : ଦ୍ରୁତଗାମୀ ଟ୍ରେନ ଆଗରୁ ବୃଦ୍ଧାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ଗୁତୃତର ଓ ବୃଦ୍ଧା ମୃତ । ବାଲେଶ୍ଵର ଅଙ୍ଗାରଗଡ଼ିଆ ଲେଭେଲ କ୍ରସିଂ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ଅନୁସାରେ ଅଙ୍ଗାରଗଡ଼ିଆ ଲେଭେଲ କ୍ରସିଂ ନିକଟରେ ପୁରୀ ହାୱଡା ଶତାବ୍ଦୀ ଏକ୍ସପ୍ରସେ ଆସୁଥିବା ସମୟରେ ବୃଦ୍ଧା ଜଣକ ଟ୍ରେନ ଟ୍ରାକ ଆଡ଼କୁ ମାଡ଼ି ଯିବାବେଳେ ଗେଟ ନିକଟରେ ଅଟକି ଥିବା ଯୁବକ ଜଣକ ତାଙ୍କୁ ବଞ୍ଚାଇବାକୁ ଯିବା ସମୟରେ ଉଭୟେ ଦୁର୍ଘଟଣାର ଶିକାର ହୋଇଥିଲେ ।

    ତେବେ ଘଟଣା ସ୍ଥଳରେ ମୃତ ବୃଦ୍ଧା ପଦ୍ମାବତୀ ଦାସ ଯିଏକି ଜଣେ ମାନସିକ ରୋଗୀ ଓ ତାଙ୍କର ଘର ତୁଣ୍ଡରା ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତର ଯୁବକ ଜଣଙ୍କ ଘର ରେମୁଣା ଥାନା ଅଧୀନ ଆରମୋଳା ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସାପରେ କଟକ ସ୍ଥାନାନ୍ତର କରାଯାଇଛି । ତବେେ ଯୁବକଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବା ବଳେେ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ