Thursday, April 2, 2026
25.4 C
Odisha

    ମୃତ୍ୟୁର ଭିକ୍ଷା କାହିଁକି ମାଗୁଛନ୍ତି ଜେଟ୍‌ ଏୟାର୍‌ୱେଜ୍‌’ର ମାଲିକ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଦିନେ ଯେଉଁ ବ୍ୟକ୍ତି କୋଟି କୋଟି ଟଙ୍କାର ମାଲିକ ଥିଲେ। ଅମାପ ସମ୍ପତ୍ତି ସହିତ ପ୍ରାଚୂର୍ଯ୍ୟ ଭିତରେ ବଞ୍ଚୁଥିଲେ, ସେହି ବ୍ୟକ୍ତି ଆଜି ନିଜ ମୃତ୍ୟୁ ପାଇଁ କୋର୍ଟରେ ଗୁହାରି କରୁଛନ୍ତି। ଆମେ ଏଠାରେ କହୁଛୁ ‘ଜେଟ୍‌ ଏୟାର୍‌ୱେଜ୍‌’ର ମାଲିକ ନରେଶ ଗୋଏଲ୍‌ଙ୍କ କଥା। ଯିଏ ଆଜି ବିଚାରପତିଙ୍କ ଆଗରେ ହାତ ଯୋଡି କାନ୍ଦିବା ସହ ମୃତ୍ୟୁର ଭିକ୍ଷା ମାଗିଛନ୍ତି। କୋହ ଭରା କଣ୍ଠରେ ବିଚାରପତିଙ୍କୁ କହିଛନ୍ତି ‘ମୁଁ ମୋ ଜୀବନର ସମସ୍ତ ଆଶା ହରାଇ ଦେଇଛି। ଏଭଳି ପରିସ୍ଥିତିରେ ବଞ୍ଚିବା ଅପେକ୍ଷା ଜେଲରେ ମରିଯିବା ଭଲ।’ ବାସ୍ତବରେ କାନାରା ବ୍ୟାଙ୍କ ସହ ଜଡ଼ିତ ୫୩୮ କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲ ଶନିବାର ଏକ ସ୍ୱତନ୍ତ୍ର କୋର୍ଟରେ ଶୁଣାଣି ବେଳେ କାନ୍ଦି ପକାଇଥିଲେ। ସେ କୋର୍ଟଙ୍କୁ ହାତଯୋଡ଼ି କହିଛନ୍ତି ସେ ବଞ୍ଚିବା ଆଶା ଛାଡ଼ି ଦେଲେଣି । ଜେଲରେ ହିଁ ମରିଯିବା ତାଙ୍କ ପାଇଁ ‌ଭଲ ହେବ । ୭୦ ବର୍ଷ ବୟସ୍କ ଗୋୟଲ କର୍କଟ ରୋଗରେ ପୀଡ଼ିତ ତାଙ୍କ ପତ୍ନୀ ଅନୀତାଙ୍କୁ ମିସ୍ କରୁଛନ୍ତିି ବୋଲି କହି ଏଭଳି ହତାଶାଭାବ ପ୍ରକାଶ କରି କାନ୍ଦି ପକାଇଥିଲେ। ତାଙ୍କ ପତ୍ନୀ ଅନୀତା ଏବେ କର୍କଟ ରୋଗର ଶେଷ ପର୍ଯ୍ୟାୟରେ ଅଛନ୍ତି । ବ୍ୟାଙ୍କ ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ବର୍ଷ ସେପ୍ଟେମ୍ବର ୧ରେ ଗୋୟଲଙ୍କୁ ଗିରଫ କରିଥିଲା। ସେ ବର୍ତ୍ତମାନ ଆର୍ଥର ରୋଡ୍ ଜେଲରେ ଅଛନ୍ତି। ସେ ସ୍ୱତନ୍ତ୍ର ଜଜ୍ ଏମ.ଜି ଦେଶପାଣ୍ଡେଙ୍କ ନିକଟରେ ଜାମିନ ଆବେଦନ କରିଥିଲେ।ଶନିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେ ବ୍ୟକ୍ତିଗତ ଶୁଣାଣି ପାଇଁ ଅନୁରୋଧ କରିଥିଲେ, ଯାହାକୁ ଜଜ୍ ଗ୍ରହଣ କରିଥିଲେ । କୋର୍ଟ ‘ଡାଏରୀ’ ଅନୁଯାୟୀ, ଗୋୟଲ ହାତ ଯୋଡ଼ି ତାଙ୍କ ସ୍ୱାସ୍ଥ୍ୟ ବହୁତ ବିଗିଡ଼ି ଯାଇଛି ବୋଲି କହିଥିଲେ । ତାଙ୍କର ଏକମାତ୍ର ଝିଅ ମଧ୍ୟ ଅସୁସ୍ଥ। ଏଭଳି ସ୍ଥିତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ତାଙ୍କ ପତ୍ନୀଙ୍କ ସେବା କରିବାକୁ କେହି ନାହାଁନ୍ତି ।

    ଗୋୟଲ ଏହି ସବୁ କଥା କହିବାବେଳେ ଥରୁଥିଲେ। ଛିଡା ହେବା ପାଇଁ ମଧ୍ୟ ତାଙ୍କୁ ସାହାରା ଦରକାର ପଡ଼ିଥିଲା ।ଗୋୟଲ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ପତ୍ନୀଙ୍କ ଅସୁସ୍ଥତା ସହ ତାଙ୍କର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବରେ କହିଥିଲେ । ଗୋୟଲଙ୍କ କଥା ଶୁଣିବା ପରେ ତାଙ୍କୁ ବେସାହାରା ଛାଡ଼ି ଦିଆଯିବ ନାହିଁ ବୋଲି ଆଶ୍ବାସନା ଦେଇଥିଲେ କୋର୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ