Saturday, September 19, 2026
28.3 C
Odisha

    ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ରେ ଗତକାଲି ବିଳମ୍ବିତ ରାତିରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ଯୁବକଙ୍କର ଘଟଣାସ୍ଥଳରେ ଦେହାନ୍ତ ହୋଇଛି। ଏହି ଦୁଇ ଜଣ ଯୁବକଙ୍କ ମୁଣ୍ଡରେ ଅଜଣା ଗାଡ଼ିର ଚକା ଚଢ଼ିଯାଇଥିବାରୁ ତାଙ୍କ ମୁଣ୍ଡ ଦୁଇଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଥିଲା। ଖବର ପାଇ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ଶବକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
    ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଗୋପ ଥାନା ଅନ୍ତର୍ଗତ ମହାପୁରର ଉଚ୍ଛୁପୁର ଗାଁର ସୁନୀଲ କୁମାର ସେଠୀ(୨୫) ଓ ହେମନ୍ତ କୁମାର ଭୋଇ(୨୨) ଦୁହେଁ ଓଡି-୧୩-ଏସ୍‌-୫୮୮୧ ନମ୍ବର ବିଶିଷ୍ଟ ହିରୋ ଗ୍ଲାମର ବାଇକ୍‌ରେ ପୁରୀରୁ ନିଜ ଗାଁକୁ ଫେରୁଥିଲେ। ତେବେ ସେମାନେ ରାତି ପ୍ରାୟ ୧୨ଟା ୧୫ ମିନିଟ ସମୟରେ ପୁରୀ କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ର ବେଲେଶ୍ବର ପାଟଣା ରାମକୃଷ୍ଣ ଆଶ୍ରମ ପାଖରେ ପହଞ୍ଚିବା ବେଳକୁ ସେମାନଙ୍କୁ କୌଣସି ଏକ ଅଜଣା ଗାଡ଼ି ଧକ୍କା କରିଥିଲା। ଏହି ଗାଡ଼ିର ଚକା ସୁନୀଲ ଓ ହେମନ୍ତଙ୍କ ମୁଣ୍ଡ ଉପରେ ଚଢ଼ିଯାଇଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଇ ପୁଲିସକୁ ଖବର ଦେଇଥିଲେ।

    ଖବର ପାଇ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌ଟିକୁ ଜବତ କରିବା ସହ ଡାକ୍ତରଖାନାରେ ଦୁଇଟି ଶବକୁ ଜବତ କରିଥିଲା। ଏହି ଖବର ପାଇ ସୁନୀଲଙ୍କ ମା ଉର୍ମିଳା ସେଠୀ ପେଣ୍ଠକଟା ସାମୁଦ୍ରିକ ଥାନାରେ ଭଅିଯୋଗ କରିବାରୁ ପୁଲିସ ୭୦/୨୪ ନମ୍ବରରେ ଏକ ମାମଲା ରୁଜୁ କରି ଆଜି ଶବକୁ ବ୍ୟବଚ୍ଛେଦ କରାଇଛି। ତେବେ କେଉଁ ଗାଡ଼ି ଏହି ଦୁଇ ଜଣଙ୍କୁ ଧକ୍କା କରିଥିଲା, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ସୁନୀଲ ଫ୍ଲିପ୍‌କାର୍ଟ କମ୍ପାନୀରେ ଡେଲିଭରୀ ବଏ ଭାବେ କାମ କରନ୍ତି। ଏବଂ ହେମନ୍ତ ରାଜମିସ୍ତ୍ରୀ କାମ କରୁଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    85 %
    1.6kmh
    99 %
    Sat
    29 °
    Sun
    30 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ