Tuesday, March 17, 2026
22.9 C
Odisha

    ଅନ୍ତବସ୍ତ୍ର କିଣିବା ସମୟରେ କରନ୍ତୁନି ଏହି ୫ଟି ଭୁଲ, ଭୋଗିପାରନ୍ତି ସ୍ୱାସ୍ଥ୍ୟ ସମସ୍ୟା

    ଆଗକୁ ପଢନ୍ତୁ

    ଦୈନନ୍ଦିନ ଜୀବନରେ ଲୋକମାନେ ଅନ୍ତବସ୍ତ୍ର କିଣିବା ସମୟରେ ଛୋଟ ଛୋଟ ଭୁଲ କରିଥାନ୍ତିା ଏହା ପରବର୍ତ୍ତୀ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ ।ଉତ୍ତମ ପୋଷାକ ପରିଧାନ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତା’ ପାଇଁ ସଠିକ ଅନ୍ତବସ୍ତ୍ର ଚୟନ କରିବା ମଧ୍ୟ ସେତିକି ଜରୁରୀାଏହା ଆମ ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରିଥାଏା

    ଅନ୍ତବସ୍ତ୍ର ଚୟନ: ଅନ୍ତବସ୍ତ୍ର ଅଧିକ ସମୟ ପର୍ଯ୍ୟନ୍ତ ଆମ ଶରୀର ସମ୍ପର୍କରେ ରହିଥାଏ । ତେଣୁ ଅନ୍ତବସ୍ତ୍ର ଚୟନ କରିବାରେ ଛୋଟ ଭୁଲ ଆମ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସହ ଯୌନାଙ୍ଗ ଇନଫେକ୍ସନ ସମ୍ଭବନାକୁ ବୃଦ୍ଧି କରିପାରେ ।ଏକ ସର୍ଭେରୁ ଜଣାପଡ଼ିଛି କି ମହିଳାଙ୍କ ତୁଳନାରେ ପୁରୁଷ ଅନ୍ତବସ୍ତ୍ର ଚୟନ କରିବା ଦିଗରେ ଏତେ ଧ୍ୟାନ ଦେଇନଥାନ୍ତି ।
    ବେଳେ ବେଳେ ସେମାନେ ଗୋଟିଏ ଅନ୍ତବସ୍ତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି ।ତେବେ ଆସନ୍ତୁ ଜାଣିବା ଅନ୍ତବସ୍ତ୍ର କିଣିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

    ୧. ସଠିକ୍ ଆକାର: ଶାରୀରିକ ଗଠନ ଅନୁଯାୟୀ ସଠିକ୍ ଆକାରର ଅନ୍ତବସ୍ତ୍ର ଚୟନ କରନ୍ତୁ । ଅଧିକ ଟାଇଟ୍ କିମ୍ବ ଅଧିକ ଢିଲା ଅନ୍ତବସ୍ତ୍ର ପିନ୍ଧନ୍ତୁ ନାହିଁ । ଏହା ଅସହଜ ଅନୁଭବ କରାଇଥାଏ ।
    ବଡି ଟାଇପ୍ ଅନୁଯାୟୀ ଅନ୍ତବସ୍ତ୍ର ନ ପିନ୍ଧିଲେ ଶାରୀରିକ ଗଠନରେ ପରିବର୍ତ୍ତନ ଦେଖାଦେଇଥାଏ ।

    ୨. ଉତ୍ତମ ଫାବ୍ରିକ୍‌: ଋତୁ ହିସାବରେ ଉତ୍ତମ ଫାବ୍ରିକର ଅନ୍ତବସ୍ତ୍ର ପିନ୍ଧନ୍ତୁ । ନଚେତ୍ ଆପଣ ଅସହଜ ଅନୁଭବ କରିବେ ।

    ଖରାଦିନେ ସୂତା, ବର୍ଷା ଦିନେ କଟନ୍ ମିକ୍ସ ହାଲୁକା ଅନ୍ତବସ୍ତ୍ର ଆରାମଦାୟକ ହୋଇଥାଏା

    ୩. ରଂଗ: ହାଲୁକା ରଂଗର ପୋଷାକ ତଳେ ଗାଢ଼ ରଂଗର ଅନ୍ତବସ୍ତ୍ର ପିନ୍ଧନ୍ତୁ ନାହିଁ । ଏହା ଅସୁନ୍ଦର ଦେଖାଯାଏା ଝାଳ ଯୋଗୁଁ ଅନ୍ତବସ୍ତ୍ରର ଗାଢ଼ ରଂଗ ପୋଷାକରେ ଲାଗିପାରେ ।ସଠିକ୍ ରଂଗର ଅନ୍ତବସ୍ତ୍ର ଅପଣଙ୍କ ଡ୍ରେସିଂ ସେନ୍ସକୁ ଉନ୍ନତ କରିଥାଏ । ଅନ୍ୟପଟେ ଭୁଲ ରଂଗର ଅନ୍ତବସ୍ତ୍ର ଆପଣଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିପାରେ ।ଯେତେଦୂର ସମ୍ଭବ ସିନ୍ଥେଟିକ୍ ରଂଗର ଅନ୍ତବସ୍ତ୍ର କମ୍ ବ୍ୟବହାର କରନ୍ତୁ । ଏହା ଦ୍ୱାରା ତ୍ୱଚା ରିଆକ୍ସନ ହେବାର ସମ୍ଭାବନା ରହିଛି ।

    ୪. ବିଭିନ୍ନ ପ୍ରକାର: ବିଭିନ୍ନ ପ୍ରକାର ଆଉଟ୍‌ଫିଟ୍ ପାଇଁ ନିର୍ଦ୍ଦିଷ୍ଟ ଅନ୍ତବସ୍ତ୍ର ବ୍ୟବହାର କରନ୍ତୁ । ଜିନ୍ସ, ଫର୍ମାଲ ପ୍ୟାଣ୍ଟ, ୱାନ୍ ପିସ୍‌, ସ୍ଲିଭଲେସ୍‌, କାର୍ଗୋ ଫାବ୍ରିକ୍ ପାଇଁ କମଫର୍ଟେବୁଲ ଅନ୍ତବସ୍ତ୍ର ପିନ୍ଧନ୍ତୁ ।
    ଆପଣ ଚାହିଁଲେ ସିମଲେସ୍ ଅନ୍ତବସ୍ତ୍ର ମଧ୍ୟ ପିନ୍ଧିପାରିବେ ।

    ୫. ଶସ୍ତା ଅନ୍ତବସ୍ତ୍ର: ସାଧାରଣତଃ ଟଙ୍କା ସଞ୍ଚୟ କରିବା ଚକ୍କରରେ ଲୋକମାନେ ଶସ୍ତା ଅନ୍ତବସ୍ତ୍ର କିଣିବା ପସନ୍ଦ କରିଥାନ୍ତି । କିନ୍ତୁ ଦୀର୍ଘକାଳୀନ ବ୍ୟବହାର ପାଇଁ ଏହା ଉପଯୁକ୍ତ ନୁହେଁ ।
    ଏହା ଦ୍ୱାରା କୁଣ୍ଡିଆ, ଆଲର୍ଜି, ଇନଫେକ୍ସନ ଇତ୍ୟାଦି ସମସ୍ୟା ଦେଖାଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.9 ° C
    22.9 °
    22.9 °
    64 %
    3.3kmh
    85 %
    Tue
    24 °
    Wed
    35 °
    Thu
    36 °
    Fri
    35 °
    Sat
    34 °

    ସମ୍ବନ୍ଧିତ