Sunday, March 15, 2026
29.6 C
Odisha

    ଆଇପିଏସ ସ୍ତରରେ ବଡ଼ ଅଦଳବଦଳ

    ଆଗକୁ ପଢନ୍ତୁ

    ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୋଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରାଯାଇଛି। 1998 ବ୍ୟାଚ୍ ଆଇପିଏସ ଅଫିସର ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଥିବା ବେଳେ ସଞ୍ଜୀବଙ୍କୁ ଏଡିଜି ଟ୍ରେନିଂ, ବିପିଏସପିଏ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି।

    ସେହିଭଳି ଉମାଶଙ୍କର ଦାଶଙ୍କୁ କଟକ-ଭୁବନେଶ୍ବର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏ.କେ.ରାୟ ଜେଲ ବିଭାଗ ଡିଜି ହୋଇଥିବାବେଳେ ବଦଳିଲେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜିପି ଆଧୁନିକୀକରଣ ଦାୟିତ୍ବ ଦିଆଯାଇଛି। ଆର.ପି.କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦେଶକ ଏବଂ ସନ୍ତୋଷ ବାଲାଙ୍କୁ ଏସସିଆରବି ଏବଂ ଏସଏଫଏସଏଲ ନିର୍ଦେଶକ ଭାବେ ଅବସ୍ଥାପତି କରାଯାଇଛି। ପିନାକ ମିଶ୍ରଙ୍କୁ ଭୁବନେଶ୍ବର ନୂଆ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ବର ଡିସିପି ଥିବା ପ୍ରତୀକ ସିଂଙ୍କୁ କଟକ ରୁରାଲ ଏସପି ଭାବେ ବଦଳି କରାଯାଇଛି। ସେହିପରି କଟକର ନୂଆ ଡିସିପି ହେଲେ ଜଗମୋହନ ମୀନା। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ ଆର୍‌ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ କରାଯାଇଛି। ସେହିପରି ଗୃହ ବିଭାଗ ଓଏସଡି ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କର ବଦଳି ହୋଇଛି। ତାଙ୍କୁ ରେଲୱେ ଓ ତଟ ସୁରକ୍ଷା ଏଡିଜିପି ଦାୟିତ୍ୱ ଦିଆଯାଇଛି। ଅରୁଣ ବୋଥ୍ରାଙ୍କ ସ୍ଥାନରେ ବିନୟ ତୋଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି କରାଯାଇଛି । ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। ଦୟାଲ୍ ଗଙ୍ଗୱାର କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ଏଡିଜିପି ଭାବେ ନୂଆ ଦାୟିତ୍ୱ ପାଇଛନ୍ତି । ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ଏଡିଜିପି ଭାବେ ବଦଳି କରାଯାଇଛି। କଟକ ଡିସିପି ଆର. ପ୍ରକାଶଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଭାବେ ବଦଳି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.6 ° C
    29.6 °
    29.6 °
    31 %
    2.3kmh
    100 %
    Sun
    31 °
    Mon
    38 °
    Tue
    38 °
    Wed
    38 °
    Thu
    36 °

    ସମ୍ବନ୍ଧିତ