Friday, April 17, 2026
27.1 C
Odisha

    ଆଇଭିଏଫ୍ ସମାଜ ପାଇଁ ଏକ ବରଦାନ: ସୋଆ ଉସଭାପତି ସମ୍ ହସ୍ପିଟାଲ୍ ସିଏଚ୍‌ଆର୍ ପକ୍ଷରୁ ବିଶ୍ୱ ଆଇଭିଏଫ୍ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବର୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) ଏକ ବରଦାନ ପାଲଟିଛି । ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ।
    ଜୁଲାଇ ୨୫ ତାରିଖ ବିଶ୍ୱ ଆଇଭିଏଫ୍ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀମତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ ହସ୍ପିଟାଲ୍‌ର ସେଂଟର ଫର୍ ହ୍ୟୁମ୍ୟାନ୍ ରିପ୍ରଡକ୍ସନ୍ ର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହିତ ସୁରକ୍ଷିତ, ସୁଲଭ ଏବଂ ଅଧିକ ପ୍ରଭାବି ଆଇଭିଏଫ୍ ଚିକିତ୍ସା ଉପରେ ଗୁରୁତ୍ୱ ଦେଇଥିଲେ ।
    ବିଶ୍ୱ ଆଇଭିଏଫ୍ ଦିବସ ପାଳନ କେବଳ ବୈଷୟିକ ଜ୍ଞାନକୌଶଳ ଭିତିକ ନୁହେଁ ବରଂ ବନ୍ଧ୍ୟାଦୋଷ ଏବଂ ଏହା ଦ୍ୱାରା ମାନସିକ ସମସ୍ୟାର ଶିକାର ହେଉଥିବା ଦମ୍ପତିଙ୍କୁ କିଭଳି ମାନସିକ ସ୍ତରରେ ସମର୍ଥନ ଦିଆଯାଇପାରିବ ସେ ଦିଗରେ ସଚେତନତା ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ ବୋଲି ଶ୍ରୀମତି ଦାସ କହିଛନ୍ତି ।
    ଏହି ଅବସରରେ ରାଜ୍ୟ ସରକାରଙ୍କ ଯୁଗ୍ମ ନିର୍ଦ୍ଦେଶକ (ଶିଶୁ ସ୍ୱାସ୍ଥ୍ୟ) ତଥା ପିସି ଆଣ୍ଡ ପିଏନ୍‌ଡିଟି ଆକ୍ଟ ଓ ଆସିଷ୍ଟେଡ୍ ରିପ୍ରଡକ୍ସନ୍ ଟେକ୍ନୋଲଜି ଆଣ୍ଡ ସରୋଗେସିର ଷ୍ଟେଟ୍ ନୋଡାଲ୍ ଅଫିସର ଡାକ୍ତର ପ୍ରତିଭା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆଇଭିଏଫ୍ ସମ୍ପର୍କିତ ରାଜ୍ୟସରକାରଙ୍କ କାର୍ଯ୍ୟଧାରା ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସିଏଚ୍‌ଆର୍‌ର ମୁଖ୍ୟ ପ୍ରଫେସର (ଡାକ୍ତର) ସୁଜାତା ପ୍ରଧାନ ସ୍ୱାଗତ ଭାଷଣ ଦେବା ଅବସରରେ ସିଏଚ୍‌ଆର୍ ଦ୍ୱାରା କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବରଂ ଦେଶ ବାହାରୁ ଦମ୍ପତିମାନେ କିଭଳି ଚିକିତ୍ସିତ ହୋଇ ସନ୍ତାନ ଲାଭ କରୁଛନ୍ତି ସେ ସମ୍ପର୍କରେ ତଥ୍ୟ ରଖିଥିଲେ । ବିଳମ୍ବରେ ବିବାହ, ଗର୍ଭଧାରଣ, ମାନସିକ ଚାପ ଓ କାର୍ଯ୍ୟକ୍ଷେତ୍ରର ଚାପ ଯୋଗୁଁ ସନ୍ତାନ ଲାଭ କରିବାରେ ଦମ୍ପତିମାନଙ୍କ ବିଳମ୍ବ ହେଉଥିବା ବେଳେ ଅନେକ ଦମ୍ପତି ସ୍ୱଇଚ୍ଛାରେ ଆଇଭିଏଫ୍‌କୁ ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଜୁଲାଇ ୨୫ ତାରିଖ ୧୯୭୮ରେ ବିଶ୍ୱର ପ୍ରଥମ ଆଇଭିଏଫ୍ ଶିଶୁ ଲୁଇ ବ୍ରାଉନ୍ ଜନ୍ମ ଗ୍ରହଣ କରିଥିବା ବେଳେ ଏହି ଦିବସକୁ ହିଁ ଆଇଭିଏଫ୍ ଦିବସ ରୁପେ ପାଳନ କରାଯାଇଥାଏ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସିଏଚ୍‌ଆରର କାର୍ଯ୍ୟଧାରାକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ବିଭାଗର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପୁଲନଖରା ଓ ବ୍ରହ୍ମପୁରର ଶୀତଳାପଲ୍ଲୀ ଠାରେ ସ୍ଥାପିତ ୨ୟ ଓ ୩ୟ କ୍ୟାମ୍ପସରେ ମଧ୍ୟ ଆଇଭିଏଫ୍ କେନ୍ଦ୍ର ସୁବିଧା ଉପଲବ୍ଧ ହେଉଅଛି । ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର ପ୍ରଧାନ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    63 %
    2.2kmh
    0 %
    Thu
    27 °
    Fri
    42 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ