Thursday, May 14, 2026
27.2 C
Odisha

    ଆଉ ନାହାନ୍ତି ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସୁସଂଗଠକ ତଥା ସମାଜସେବୀ ଦେବ ପ୍ରସାଦ ମିଶ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ଵର  : ପରଲୋକରେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସୁସଂଗଠକ ତଥା ସମାଜସେବୀ ଦେବ ପ୍ରସାଦ ମିଶ୍ର। ଆଜି ସକାଳେ କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୈନିକ ଓଡିଆ ଖବର କାଗଜ “ସମାଜ”ରେ ଭୁବନେଶ୍ଵର ଶାଖାର ସେ ଥିଲେ ବ୍ୟୁରୋ ମୁଖ୍ୟ। ଦୀର୍ଘ ଦିନ ଧରି ସମାଜର ପୂର୍ବତନ ସମ୍ପାଦକ ପଦ୍ମଭୂଷଣ ରାଧାନାଥ ରଥଙ୍କର ସହାୟକ ଭାବେ ସେ କାମ କରୁଥିଲେ। ତାଙ୍କ ସମୟରେ ସେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ଭୋକର ଭୂଗୋଳ ବା ଦାରିଦ୍ରର କଥାକୁ ସମାଜ ଜରିଆରେ ଲୋକଲୋଚନକୁ ଆଣିଥିଲେ। ଯାହାକୁ ନେଇ ସରକାର ଚେତିଥିଲେ।

    ‘ସମାଜ’ର ସମ୍ପାଦକ ତପନ କୁମାର ମିଶ୍ର ,‘ସମାଜ’ର ପୂର୍ବତନ କାର୍ଯ୍ୟବାହୀ ସମ୍ପାଦକ ଡ. ସତ୍ୟ ରାୟ, ସମାଜର ପୂର୍ବତନ ବରିଷ୍ଠ ସାମ୍ବାଦିକ ଅରବିନ୍ଦ ରାଉତରାୟ ଦେବ ପ୍ରସାଦଙ୍କୁ ଶେଷ ଦର୍ଶନ କରିଛନ୍ତି। କଟକରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କ ମୃତ୍ୟୁରେ ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାର, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ରମାନାଥ ଝା, ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ଏବଂ ‘ସମାଜ’ର କାର୍ଯ୍ୟନିର୍ବାହୀ ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ ପ୍ରମୂଖ ଶୋକ ପ୍ରକାଶ କରିଛନ୍ତି। ସେପଟେ  ଦେବପ୍ରସାଦଙ୍କ ମୃତ୍ୟୁରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.2 ° C
    27.2 °
    27.2 °
    72 %
    3.1kmh
    28 %
    Wed
    27 °
    Thu
    43 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ