Monday, April 21, 2025
34.7 C
Odisha

    ଆଉ ୨ ଦିନ ବର୍ଷିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଉ ୨ ଦିନ ବର୍ଷିବ। ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ମୂଷଳଧାରାରେ ବର୍ଷା ହୋଇଛି । ଆଜି ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆହୁରି ଦୁଇଦିନ ଯାଏ କାଳବୈଶାଖୀ ପ୍ରଭାବ ରହିବ । ୨୫ ତାରିଖରେ ପାଗରେ ପରିବର୍ତ୍ତନ ଆସିବ । ପରେ ଧୀରେ ଧୀରେ ବଢିବ ତାପମାତ୍ରା । ୨୫ ତାରିଖ ପରେ ୨ରୁ ୫ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.7 ° C
    34.7 °
    34.7 °
    36 %
    3.8kmh
    2 %
    Mon
    37 °
    Tue
    44 °
    Wed
    44 °
    Thu
    44 °
    Fri
    45 °

    ସମ୍ବନ୍ଧିତ