Friday, August 14, 2026
25.2 C
Odisha

    ମୁମ୍ବାଇ ଧୁଲେରେ ଓଲଟିଲା ଡମ୍ପର ଓ ଟ୍ରକ, ବସ୍ ଧକ୍କାରେ ୬ ମୃତ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ଧୁଲେ ଅଞ୍ଚଳରେ ଲଲିଙ୍ଗ ଘାଟରେ ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ୩ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ଡମ୍ପର ଓ ଏକ ଟ୍ରକ ଓଲଟି ଯାଇଥିବା ବେଳେ ପଛରୁ ଆସୁଥିବା ଏକ ପ୍ରାଇଭେଟ ବସ୍ ଏହି ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପାଖାପାଖି ୬ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଘଟଣାରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

    ଖବର ମୁତାବକ, ମୁମ୍ବାଇ ଆଗ୍ରା ହାଇୱେରେ ବିଳମ୍ବିତ ରାତିରେ ୩ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା । ରାସ୍ତାରେ ଏକ ଡମ୍ପର ଓ ଏକ ଟ୍ରକ ଓଲଟି ଯାଇଥିଲା । ହେଲେ ରାସ୍ତାରେ ଗାଡ଼ି ଓଲଟି ପଡିଥିବା ଯୋଗୁଁ ପଛରରୁ ଆସୁଥିବା ଏକ ଘରୋଇ ବସ୍ ଏହି ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଘଟଣାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗାଡ଼ି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଘଟଣାକୁ ନେଇ ହାଇୱେ ପୋଲିସ ଯାଂଚ ଆରମ୍ଭ କରିଛି । ଗାଡ଼ିକୁ ରାସ୍ତାରୁ ହଟାଯାଇ ଯାତାୟତ ସୁଗମ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    87 %
    2.1kmh
    100 %
    Fri
    25 °
    Sat
    27 °
    Sun
    24 °
    Mon
    24 °
    Tue
    25 °

    ସମ୍ବନ୍ଧିତ