Monday, March 9, 2026
31.7 C
Odisha

    ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ

    ଆଗକୁ ପଢନ୍ତୁ

    ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ । ୩ଦିନ ଧରି ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟକ୍ରମରେ ହେବେ ସାମିଲ । ପ୍ରଥମ ଦିନରେ ପାଳଶପଙ୍ଗାଠାରେ ମଣ୍ଡିର ଉଦଘାଟନ କରିବା ସହ ମୁରୁସୁଆ ଠାରେ ସାଧାରଣ ସଭାକୁ କରିବେ ସମ୍ବୋଧନ । ଅପରାହ୍ନରେ ନେଙ୍କଡ଼ାଘର ଛକଠାରେ ବିପ୍ଳବୀ ଧରଣୀଧର ନାଏକଙ୍କ ନବ ନିର୍ମିତ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ ।  ସଂଧ୍ୟାରେ କେନ୍ଦୁଝର ଷ୍ଟାଡିୟମ୍ ଠାରେ ଆୟୋଜିତ ଗୋନାସିକା ମହୋତ୍ସବର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଡିଏନ ହାଇସ୍କୁଲ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଯୋଗ ଦେବେ। ସିଲସୁଆଁ ଠାରେ ଅନୁଷ୍ଠିତ ଅଲ ଚିକି ଭାଷାର ୧୦୦ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ ।  ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ତେଲକୋଇ ସିରିଗିଡା ସ୍ଥିତ ପିଏମ୍ ଶ୍ରୀ ହାଇସ୍କୁଲର ଗୋଲଡେନ ଜୁବୁଲି ଉତ୍ସବ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଜିଲ୍ଳା ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ