Wednesday, April 15, 2026
27.1 C
Odisha

    ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ : ୧୦ ମୃତ

    ଆଗକୁ ପଢନ୍ତୁ

    ଛତିଶଗଡ଼ : ବେଦାନ୍ତ ପାୱାର ପ୍ଲାଣ୍ଟରେ ଆଜି ବିସ୍ଫୋରଣ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଛତିଶଗଡ଼ର ସକ୍ତି ଜିଲ୍ଲାରେ ଥିବା ବେଦାନ୍ତ ଲିମିଟେଡର ଏକ ପାୱାର ପ୍ଲାଣ୍ଟରେ ଆଜି ମଙ୍ଗଳବାର ଦ୍ୱିପ୍ରହର ପ୍ରାୟ ୨ଟା ସମୟରେ ଏକ ବଡ଼ ଧରଣର ବଏଲର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ଅତିକମରେ ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ରୁ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି ।

    ପ୍ଲାଣ୍ଟ ଭିତରେ ଥିବା ଏକ ବଏଲର ଟ୍ୟୁବ୍ ହଠାତ୍ ଫାଟିଯିବାରୁ ଏହି ଭୟଙ୍କର ଶବ୍ଦ ଓ ନିଆଁ ବାହାରିଥିଲା । ଚାରିଆଡ଼େ ଧୂଆଁମୟ ହୋଇଯିବାରୁ ଶ୍ରମିକମାନେ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ । କିଛି ଶ୍ରମିକ ସେଠାରେ ଫସି ରହିଥିବା ମଧ୍ୟ ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଛି । ୧୫ ରୁ ୪୦ ଜଣ ଆହତ ହୋଇଛନ୍ତି । ଅନେକଙ୍କ ଶରୀର ଗୁରୁତର ଭାବେ ପୋଡ଼ି ଯାଇଛି ଏବଂ ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

    ଜିଲ୍ଲାପାଳ ଏବଂ ଏସପି (SP) ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ବଏଲର କାହିଁକି ଫାଟିଲା ସେ ନେଇ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଶ୍ରମିକ ସଙ୍ଗଠନଗୁଡ଼ିକ ଏହି ଘଟଣାରେ ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    55 %
    2kmh
    0 %
    Tue
    27 °
    Wed
    42 °
    Thu
    44 °
    Fri
    44 °
    Sat
    43 °

    ସମ୍ବନ୍ଧିତ