Friday, September 18, 2026
25 C
Odisha

    ଆଜିଠୁ ରାଜ୍ୟରେ ପୁଣି ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବଙ୍ଗୋପସାଗରରେ ପୁଣି ଲଘୁଚାପ। ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି। ଦୁଇ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏସବୁ ଜିଲ୍ଲା ଗୁଡିକ ହେଉଛି କେନ୍ଦ୍ରାପଡା,ଜଗତସିଂହପୁର,ପୁରୀ,ଗଞ୍ଜାମ,ଖୋର୍ଦ୍ଧା, ଗଜପତି ଏବଂ ରାୟଗଡା ଜିଲ୍ଲା। ସେହିପରି ବାଲେଶ୍ଵର,ଭଦ୍ରକ,କଟକ ଯାଜପୁର,ଢେଙ୍କାନାଳ,କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେପହିପରି ୨୮ ଓ ୨୯ ଦୁଇ ଦିନ ପଶ୍ଚିମାଝଡ଼ ପ୍ରଭାବରେ ପଶ୍ଚିମ ଓଡିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୁଣି ପୂର୍ବାନୁମାନ କରିଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ଅଧିକ ବଢିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକର କଣ୍ଟାପଡ଼ାରେ ସର୍ବାଧିକ ୪୫ ମି.ମି.,ଜଗତସିଂହପୁରରେ ୨୭,ଗଞ୍ଜାମର ହିଞ୍ଜିଳିରେ ୨୫,ପାତ୍ରପୁରରେ ୨୪ ଏବଂ କେନ୍ଦ୍ରାପଡ଼ାର ରାଜକନିକାରେ ୨୩ ମି.ମି. ବର୍ଷା ହୋଇଛି। ପାଗ ମେଘୁଆ ରହୁଛି। ବର୍ଷା ପ୍ରଭାବରେ ଶୀତ କମିଛି। ସେମିଳିଗୁଡ଼ାରେ ୧୦.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଛି। ଆସନ୍ତା ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ଯାଏଁ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    87 %
    1.2kmh
    98 %
    Thu
    25 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ