Wednesday, April 15, 2026
41.8 C
Odisha

    ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା ଆରମ୍ଭ

    ଆଗକୁ ପଢନ୍ତୁ

    ଅନୁଗୋଳ : ଆଜିଠାରୁ ସାତକୋଶିଆ ଗଣ୍ଡରେ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ସାତକୋଶିଆ ଅଭୟାରଣ୍ୟକୁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଛି। ୩ ଦିନ ଧରି ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଚାଲିବ। ସାତକୋଶିଆ ଅଭୟାରଣ୍ୟ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ମହାନଦୀ ବନଖଣ୍ଡରେ ୧୪ଟି ଦଳ ଗଠନ କରାଯାଇଥିବା ବେଳେ ପ୍ରତି ଦଳରେ ୫ଜଣ ଲେଖାଏଁ ରହିଛନ୍ତି। ଏହି କୁମ୍ଭୀର ଗଣନା ଟିକରପଡାରୁ ବିନିକେଇ, ବିନିକେଇରୁ ପତାକା, ଟିକରପଡାରୁ କଟରଙ୍ଗ, କଟରଙ୍ଗରୁ ବାଲିପୁଟ, ବାଲିପୁଟରୁ ଚକ୍ରଗଡ଼, ସେହିପରି ଆଠମଲ୍ଲିକର ହରଭଙ୍ଗାରୁ ଅଏଡା, ଲୁଣାହାଣ୍ଡି, ବେଲପୁଞ୍ଜି ମଠ, ଶିଶୁ ପଥର ଡ୍ୟାମ ସମେତ ଆଖପାଖର ବିଭିନ୍ନ ଜଳାଶୟରେ ଏହି ଗଣନା କରା‌ଯାଉଛି । କର୍ମଚାରୀମାନଙ୍କୁ ବାଇନାକୁଲାର, କ୍ୟାମେରା ସହିତ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.8 ° C
    41.8 °
    41.8 °
    11 %
    4.3kmh
    2 %
    Wed
    42 °
    Thu
    44 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ