Thursday, September 17, 2026
30.6 C
Odisha

    ଆଜି ବିଶ୍ୱ ପାଳିବ ପ୍ରଥମ ଧ୍ୟାନ ଦିବସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ପ୍ରଥମ ଥର ପାଇଁ ବିଶ୍ୱ ଧ୍ୟାନ ଦିବସ ପାଳନ ହେବ। ବିଶ୍ୱରେ ଦେଶରେ ସୁସ୍ଥତା, ଶାନ୍ତି ଏବଂ ଉତ୍ତମ ମାନସିକତାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ବିଶ୍ୱସ୍ତରୀୟ ପଦକ୍ଷେପ। ଚଳିତ ମାସ ପ୍ରାରମ୍ଭରେ ଜାତିସଂଘ ସାଧାରଣ ସଭାରେ ସର୍ବସମ୍ମତି କ୍ରମେ ଭାରତର ମିଳିତ ଆନୁକୂଲ୍ୟରେ ଡିସେମ୍ବର ୨୧ ତାରିଖକୁ ବିଶ୍ୱ ଧ୍ୟାନ ଦିବସ ଭାବେ ଘୋଷଣା କରିବାକୁ ସଂକଳ୍ପ ଗୃହୀତ ହୋଇଥିଲା। ଜାତିସଂଘ ଏହି ଦିବସକୁ ସ୍ୱୀକୃତି ଦେବା ଦ୍ୱାରା ମାନସିକ ଚାପ, ହିଂସା ଏବଂ ସାମାଜିକ କଳହ ସମେତ ସମସାମୟିକ ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ପଥ ସୁଗମ ହେବ ବୋଲି ଆଶା କରାଯାଉଛି।ଏହି ଅବସରରେ ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ନ୍ୟୁୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବିଶ୍ୱ ଧ୍ୟାନ ଦିବସର ପ୍ରଥମ ସ୍ମାରକୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ। ଏକ ଧ୍ୟାନ ଅଧିବେଶନର ମଧ୍ୟ ସେ ମାର୍ଗଦର୍ଶନ କରିବେ। ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ‘ବିଶ୍ୱ ଶାନ୍ତି ଓ ଐକ୍ୟ ପାଇଁ ଧ୍ୟାନ’।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ