Saturday, May 2, 2026
25.9 C
Odisha

    ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା: ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ପୁରୀ : ଆଜି ମହାପ୍ରଭୁଙ୍କ ଭଉଁରି ଯାତ୍ରା। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର ଦ୍ୱାର ରାତ୍ର ୩ଟାରେ ଫିଟାଯାଇଛି । ଭିତରଶୋଧ ୩ଟା ୩୦, ମଙ୍ଗଳଆଳତି ୪ଟା, ମଇଲମ ଓ ତଡ଼ପଲାଗି ୪ଟା ୩୦, ଅବକାଶ ୫ଟା୩୦, ରୋଷ ହୋମ ୬ଟା, ସୂର୍ଯ୍ୟପୂଜା ୬ଟା ୧୫, ସକାଳ ୬ଟା ୩୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହୋଇଛି। ସକାଳ ୭ରେ ଗୋପାଳବଲ୍ଲଭ, ସକାଳଧୂପ (କେବଳ କୋଠଭୋଗ) ୭ଟା ୩୦ରୁ ୯ଟା , ରଥ ଆଜ୍ଞାମାଳ ବିଜେ ୯ଟା ୩୦, ଭୋଗମଣ୍ଡପ ଶେଷ ୧୦ଟା ୩୦, ମଇଲମ ୧୦ଟା ୩୦, ଆଲଟଲାଗି ୧୧ଟା, ଚନ୍ଦନଲାଗି ୧୧ଟା ୧୫ , ବେଶ ଶେଷ ଓ ଦକ୍ଷିଣିଘର ଭୋଗ ୧୧ଟା ୪୫, ଯାତ ଭୋଗ (କେବଳ କୋଠଭୋଗ) ୧୨ରୁ ୧ଟା, ନକ୍ଷତ୍ର ବନ୍ଦାପନା ୧ଟା ୩୦, ଚନ୍ଦନକୁ ଦିଅଁ ବିଜେ ୨ଟା, ବିମାନ ଉଠିବା ୨ଟା ୩୦, ମଧ୍ୟାହ୍ନଧୂପ (କେବଳ କୋଠଭୋଗ) ୨ଟା ୩୦ରୁ ୪ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟା ୪୫ରୁ ୪ଟା ୩୦, ମଇଲମ ଓ ବେଶ ୪ଟା୫୦ରୁ ୫ଟା ୫୦ରେ ହେବ। ସନ୍ଧ୍ୟା ଆଳତି ୬ଟା, ସନ୍ଧ୍ୟାଧୂପ (କେବଳ କୋଠଭୋଗ) ରାତି ୭ଟାରୁ ୮ଟା୩୦, ମଇଲମ ୯ଟା, ଆଲଟଲାଗି ୯ଟା ୩୦, ପଣାଭୋଗ ୧୦ଟା , ଚନ୍ଦନ ଠାକୁର ବାହୁଡ଼ା ବିଜେ ପରେ ଅବଶିଷ୍ଟ ନୀତି ସମାହିତ ହୋଇଛି ବୋଲି ସୂଚନା ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    58 %
    2.1kmh
    0 %
    Fri
    26 °
    Sat
    39 °
    Sun
    41 °
    Mon
    41 °
    Tue
    36 °

    ସମ୍ବନ୍ଧିତ