Thursday, June 11, 2026
34.3 C
Odisha

    ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ରାୟଗଡା : ରାୟଗଡାରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା ଚତୁର୍ଥ ପର୍ଯ୍ଯାୟର ଶୁଭାରମ୍ଭ  ।  ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ଯୋଜନା ଆରମ୍ଭ ହୋଇଛି ।  ଏହି ଯୋଜନାରେ ଓଡିଶାରେ ୮୨୭ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ନିର୍ମାଣ ହେବାକୁ ଥିବା ବେଳେ ପ୍ରାୟ ୧୬୯୮ କୋଟି ୪ ଲକ୍ଷ ଟଙ୍କାର ବ୍ଯୟବରାଦ କରାଯାଇଛି ।  ଏଥିମଧ୍ଯରୁ ଉପାନ୍ତ ରାୟଗଡ଼ା ଜିଲ୍ଲା ପାଇଁ ୨୭୪ଟି ପକ୍କା ସଡକ ନିର୍ମାଣ ହେବ ।

    ଏଥିପାଇଁ ୫୬୨ କୋଟି ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର ।  ସେହିପରି କେବିକେ ଅଞ୍ଚଳର କୋରାପୁଟରେ ୨୩ଟି, ମାଲକାନଗିରିରେ ୧୬୮, ନବରଙ୍ଗପୁର ଜିଲ୍ଲାରେ ୧୩୮, କନ୍ଧମାଳ ପାଇଁ ୧୫୩, ସମ୍ବଲପୁର ଜିଲ୍ଲାର ୧୯, କେନ୍ଦୁଝରରେ ୪୬ ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ଗ୍ରାମକୁ ପିଏମଜିଏସୱାଇ ରାସ୍ତା ନିର୍ମାଣ କରାଯିବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।  ଫଳରେ ଗ୍ରାମାଞ୍ଚଳରେ ଶିକ୍ଷା,ସ୍ବାସ୍ଥ୍ୟ ସମେତ ଗ୍ରାମୀଣ ବିକାଶ ହୋଇପାରିବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।

    ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନାରେ ଗ୍ରାମୀଣ ବିକାଶ ହେବ। ଶିକ୍ଷା,ସ୍ବାସ୍ଥ୍ୟ,ଅର୍ଥନୈତିକ ସମୃଦ୍ଧି ସହ ଲୋକେ ସାମାଜିକ ନ୍ଯାୟ ପାଇପାରିବେ ।  ଏଥିପାଇଁ ରାୟଗଡାରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ଯ ସଡକ ଯୋଜନା-4ର ସ୍ବୀକୃତିପତ୍ର ହସ୍ତାନ୍ତର କରାଯାଇଛି ।  ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରାଜ୍ଯ ପାଇଁ ୬୩୦ କୋଟି ଏବଂ ଜଳଛାୟାର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇଇ ଯୋଜନାରେ ୩୦କୋଟି ଟଙ୍କାର ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର ।  ସେହିପରି ଆଜି ରାୟଗଡା ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରାଯାଇଛି । ଗ୍ରାମ୍ୟ ପର୍ଯ୍ୟାୟ ମୁଖ୍ୟ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    34.3 ° C
    34.3 °
    34.3 °
    37 %
    1.3kmh
    19 %
    Thu
    42 °
    Fri
    41 °
    Sat
    40 °
    Sun
    38 °
    Mon
    43 °

    ସମ୍ବନ୍ଧିତ