Monday, September 14, 2026
28.8 C
Odisha

    ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଜୋ ବାଇଡେନ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓହରି ଯାଇଛନ୍ତି। ଏ ସମ୍ପର୍କରେ ସେ ରବିବାର ‘‘ ଏକ୍ସ’’ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚନରୁ ଓହରିବା ପରେ ଏହି ପଦରେ ପ୍ରତିଦ୍ୱନ୍ଦ୍ବିତା କରିବା ପାଇଁ ସେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍‌ ଦଳର ପ୍ରମୁଖ ସଦସ୍ୟ କମଳା ହାରିସ୍‌ଙ୍କ ନାମ ସୁପାରିସ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନିକଟରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ହୋଇଥିବା ଡିବେଟ୍‌ରେ ଜୋ ବାଇଡେନ୍‌ ରିପବ୍ଲିକାନ୍‌ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ପଛରେ ପଡ଼ିଥିଲେ। ଏହି ଘଟଣା ପରେ ଡେମୋକ୍ରାଟିକ୍‌ ଦଳର ବହୁ ସଦସ୍ୟ ରାଷ୍ଟ୍ରପତି ପଦରୁ ଓହରିଯିବା ପାଇଁ ବାଇଡେନଙ୍କ ନିକଟରେ ଦାବି କରିଥିଲେ। ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଏଭଳି ଡିବେଟ୍‌ ବହୁ ଗୁରୁତ୍ୱ ବହନ କରୁଥିବା ବେଳେ ଜୋ ବାଇଡେନ୍‌ଙ୍କ ସ୍ଥିତି ଡେମୋକ୍ରାଟ୍‌ ଦଳକୁ ହତୋତ୍ସାହିତ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ