Friday, April 17, 2026
34.2 C
Odisha

    ଆସାମରେ ବଡ଼ ଧରଣର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧

    ଆଗକୁ ପଢନ୍ତୁ

    ଦିଶପୁର  : ସକାଳେ ସକାଳେ ଥରିଲା ଆସାମ। ଆସାମ ମୋରିଗାଓଁରେ ବଡ଼ ଧରଣର ଭୁକମ୍ପ  ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ । ଭୋର ୪ଟା ୧୭ରେ ଭୂକମ୍ପ ଅନୁଭୂତ । କେହି କିଛି ବୁଝିବା ଆଗରୁ ଦୋହଲିଗଲା ଆସାମ । ଭୟରେ ଘରୁ ଧାଇଁଲେ ଲୋକେ । ଗୋଟେ ପଟେ ଶୀତ ଏବଂ କୁହୁଡ଼ିକୁ ଅନ୍ୟପଟେ ଭୂକମ୍ପ ଭୟ । କୁଆଡେ ଯିବେ, କଣ କରିବେ କିଛି ବୁଝି ପାରୁନଥିଲେ ଲୋକେ ।

    ତେବେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୋର ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ସକାଳ ପ୍ରାୟ ସମୟରେ ହଠାତ୍ ଥରିଉଠିଥିଲା ପୂରା ଅଞ୍ଚଳ, ଯାହାଫଳରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ସକାଳର ଶାନ୍ତ ପରିବେଶ ମଧ୍ୟରେ ଯେତେବେଳେ ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରୁଥିଲେ କିମ୍ବା କିଛି ଲୋକ ଶୋଇଥିଲେ, ସେହି ସମୟରେ ହଠାତ୍ ଭୂମି କମ୍ପିବାକୁ ଲାଗିଥିଲା । ମୋରିଗାଓଁ ବ୍ୟତୀତ ଏହାର ଆଖପାଖ ଜିଲ୍ଲା ଯଥା ନାଗାଓଁ, ଗୁଆହାଟୀ ଏବଂ ବ୍ରହ୍ମପୁତ୍ର ଉପତ୍ୟକାର ଅନେକ ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଛି । ଲୋକମାନେ ଭୟରେ ନିଜ ନିଜ ଘରୁ ବାହାରକୁ ଖୋଲା ସ୍ଥାନକୁ ଦୌଡ଼ି ଆସିଥିଲେ। ବହୁତଳ ପ୍ରାସାଦ ଏବଂ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ମଧ୍ୟରେ ଅଧିକ ଭୟ ଦେଖିବାକୁ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.2 ° C
    34.2 °
    34.2 °
    16 %
    0.5kmh
    6 %
    Fri
    36 °
    Sat
    42 °
    Sun
    44 °
    Mon
    44 °
    Tue
    44 °

    ସମ୍ବନ୍ଧିତ