Friday, December 26, 2025
13.2 C
Odisha

    ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ​ଲେଖିଲେ ଗଜପତି ମହାରାଜା

    ଆଗକୁ ପଢନ୍ତୁ

    ପୁରୀ : ପଶ୍ଚିମବଙ୍ଗ ଦୀଘା ମନ୍ଦିର ପ୍ରତିଷ୍ଠାକୁ ନେଇ ବିବାଦ ତେଜିବାରେ ଲାଗିଛି। ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଉଲ୍ଲେଖ କରିବା ନେଇ କେବଳ ଓଡ଼ିଶା ନୁହେଁ, ପଶ୍ଚିମବଙ୍ଗରେ ମଧ୍ୟ ଆରମ୍ଭ ହୋଇଥିବା ବିତର୍କ ଥମିନାହିଁ। ପୁରୀ ଜଗନ୍ନାଥ ଧାମକୁ ଇଜ୍ଜତ କରୁଛି ବୋଲି ଗତକାଲି ବୟାନ ଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଜିଦ୍‌ରେ ଅଟଳ ରହିଥିବା ଦେଖିବାକୁ ମିଳିଛି। ‘ଜଗନ୍ନାଥ ଧାମ’ ଲିଖିତ ଫଳକ କାଢ଼ିବା ବଦଳରେ ଦୀଘା ମନ୍ଦିରରେ ଏହାକୁ ସ୍ଥାୟୀ ଭାବେ ଲଗାଯାଇଥିବା ଦେଖିବାକୁ ମିଳିଛି। ତେବେ ଏସବୁ ମଧ୍ୟରେ ଇସ୍କନ ମାୟାପୁରୀ ମୁଖ୍ୟଙ୍କୁ ଚିଠି ​ଲେଖିଛନ୍ତି ଗଜପତି ମହାରାଜା। ଦୀଘା ମନ୍ଦିର ଟ୍ରଷ୍ଟିରେ ଇସ୍କନ ପ୍ରତିନିଧି ଥିବାରୁ ସେ ପ୍ରଶ୍ନ ଉଠାଇଲେ। ଏଥିସହ ନୂଆ ମନ୍ଦିରରେ ସେବା ପୂଜା କରୁଥିବା କଥା ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ଗୋବର୍ଦ୍ଧନ ପୀଠ ଏବଂ ଜୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ପଷ୍ଟ କରିସାରିଛନ୍ତି। ପୁରୀ ହେଉଛି ଜଗନ୍ନାଥ ଧାମ , ଅନ୍ୟ କୌଣସି ସ୍ଥାନ ଜଗନ୍ନାଥ ଧାମ ନୁହେଁ। ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଶାସ୍ତ୍ରମୋଦିତ ତଥ୍ୟ ଦେଇ ସାରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    13.2 ° C
    13.2 °
    13.2 °
    55 %
    1.4kmh
    39 %
    Fri
    26 °
    Sat
    27 °
    Sun
    28 °
    Mon
    28 °
    Tue
    27 °

    ସମ୍ବନ୍ଧିତ