Tuesday, September 22, 2026
24.7 C
Odisha

    ଆଜିଠୁ ମୌସୁମୀ ଅଧିବେଶନ ଆରମ୍ଭ, ୬ଟି ବିଲ୍ ଆଣିବେ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: Odisha Assembly Session Begins ଆଜିଠୁ କମ୍ପିବ ବିଧାନସଭା । ସରଗରମ ହେବ ମୌସୁମୀ ଅଧିବେଶନ । ମୁହାଁମୁହିଁ ହେବେ ବିରୋଧୀ- ଶାସକ । ସରକାରଙ୍କୁ ଘେରିବାକୁ ବିଜେଡିର ରଣନୀତି ପ୍ରସ୍ତୁତ । ବିଧାନସଭାରେ MMDR ପ୍ରସଙ୍ଗରେ ମୋସନ୍ ପାଇଁ ବିଜେଡିର ନୋଟିସ୍ । ସଂଶୋଧିତ MMDR ଆଇନ ବିରୋଧରେ ଗୃହରେ ସଂକଳ୍ପ ଆଣିବାକୁ ଦାବି କରିଛି ବିଜେଡି । MMDR ସଂଶୋଧନକୁ ନେଇ ବିବାଦଠାରୁ ବନ୍ୟା ଓ ରିଲିଫ୍, ଚାଷୀ ପଞ୍ଜୀକରଣ, ଧାନ କିଣା, ଆଇନଶୃଙ୍ଖଳା, ଡିଜିପି ଚୟନ ବିବାଦ, ୟୁଏଇରେ ନିବେଶକ ସମ୍ମିଳନୀ ଏବଂ ଓରାଙ୍ଗଉଟାନ ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି ।

    ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା, କ୍ଷୟକ୍ଷତି, ରିଲିଫ୍ ବଣ୍ଟନ, ପୁନର୍ବାସ ଓ କ୍ଷତିପୂରଣକୁ ନେଇ ସରକାରଙ୍କୁ ମାଗିବେ ଜବାବ । ବନ୍ୟା ପରିଚାଳନାରେ ତ୍ରୁଟି ଅଭିଯୋଗକୁ ମଧ୍ୟ ଗୃହରେ ଉଠାଇବାକୁ ବିରୋଧୀ ପ୍ରସ୍ତୁତ । ଗୃହରେ ଉଠିବ ଚାଷୀ ପଞ୍ଜୀକରଣ, ଯୋଗ୍ୟ ଚାଷୀ ବାଦ୍ ପଡ଼ିବା ଅଭିଯୋଗ, ଧାନ ସଂଗ୍ରହ ବ୍ୟବସ୍ଥା ଏବଂ କୃଷି କ୍ଷେତ୍ରର ଅନ୍ୟାନ୍ୟ ସମସ୍ୟା । DGP ଚୟନକୁ ନେଇ ଚାଲିଥିବା ବିବାଦ ମଧ୍ୟ ଗୃହକୁ ଆସିପାରେ । ରାଜ୍ୟ ପୁଲିସ ମୁଖ୍ୟ ଚୟନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ ଏବଂ ଏହାକୁ କେନ୍ଦ୍ର କରି ହୋଇଥିବା ଆଇନଗତ ଓ ରାଜନୈତିକ ବିବାଦକୁ ବିରୋଧୀ ଅସ୍ତ୍ର କରିପାରନ୍ତି । ଏହା ସହ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ସରକାରଙ୍କୁ ଜବାବ ଦେବାକୁ ପଡ଼ିପାରେ ।

    ସେପଟେ ବିରୋଧୀଙ୍କୁ ମୁକାବିଲା ପାଇଁ ସରକାରୀ ଦଳ ରଣନୀତି ଚୂଡାନ୍ତ କରିଛି । ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଚି । ୬ଟି ବିଲ୍ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଗୃହ ଆରମ୍ଭରୁ ପ୍ରଥମେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.7 ° C
    24.7 °
    24.7 °
    94 %
    2.7kmh
    100 %
    Tue
    25 °
    Wed
    26 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ