Saturday, October 17, 2026
21.5 C
Odisha

    ଏଥର ବି ଚର୍ଚ୍ଚାରେ ସୀତାରମଣଙ୍କ ଶାଢି: ଜାଣନ୍ତୁ କିଏ ଦେଇଥିଲେ ଏହି ଶାଢି ଉପହାର ?

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ନିର୍ମଳା ସୀତାରମଣଙ୍କ ଶାଢି । ଏଥର ବଜେଟ୍ ଉପସ୍ଥାପନା କଲା ବେଳେ କେଉଁ ପ୍ରକାର ଶାଢି ପିନ୍ଧିବେ, ସେ ଶାଢିର ରଙ୍ଗ କେମିତି ହେବ, ଶାଢିର ଧଡିରେ କେଉଁ ରାଜ୍ୟର କଳା କାରିଗରି ସ୍ଥାନ ପାଇବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଶେଷରେ ଆଜି ଅର୍ଥମନ୍ତ୍ରୀ କ୍ରିମ୍ କଲରର ଶାଢି ପିନ୍ଧିଛନ୍ତି । ଯାହାକୁ ପିନ୍ଧି ଆଜି ସେ ସଂସଦରେ ବଜେଟ୍ ଉପସ୍ଥାପନା କରୁଛନ୍ତି ।

    ତେବେ ଏହା ବିହାରର ମଧୁବନୀ ଶାଢି ହୋଇଥିବା ବେଳେ ଏହା ସେ ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କ ସମ୍ମାନରେ ପିନ୍ଧିଥିବା କୁହାଯାଉଛି । ଯେଉଁ ଶାଢିକୁ ପଦ୍ମଶ୍ରୀ ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଆଉ ବଜେଟ୍ ଦିନ ଏହି ଶାଢି ପିନ୍ଧିବାକୁ କହିଥିଲେ । ତେବେ ମିଥିଲା କଳା ଅନୁଷ୍ଠାନକୁ ଗସ୍ତ ସମୟରେ ଏହି ଶାଢି ତାଙ୍କୁ ଉପହାର ମିଳିଥିଲା ଏବଂ ଏହି କଳା ବାବଦରେ ଅର୍ଥମନ୍ତ୍ରୀ ଦୁଲାରୀ ଦେବୀଙ୍କୁ ପଚାରି ବୁଝିଥିଲେ ।

    ଲଗାତାର ୭ ବର୍ଷ ଧରି ୭ ଥର ବଜେଟ୍ ଉପସ୍ଥାପନା ବେଳେ ଭିନ୍ନ ଭିନ୍ନ ଶାଢି ପିନ୍ଧି ଚର୍ଚ୍ଚାରେ ରୁହନ୍ତି ଅର୍ଥମନ୍ତ୍ରୀ । କେବେ ନୀଳ ରଙ୍ଗର ତ କେବେ ମେରୁନ ରଙ୍ଗର ପୁଣି କେବେ ସମ୍ବଲପୁରୀ ଶାଢି ପିନ୍ଧି ଚର୍ଚ୍ଚାରେ ରୁହନ୍ତି ନିର୍ମଳା ଆଉ ଆଜି ଲଗାତାର ୮ମ ଥର ପାଇଁ କ୍ରିମର ରଙ୍ଗର ଶାଢି ପିନ୍ଧି ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.5 ° C
    21.5 °
    21.5 °
    96 %
    1.1kmh
    100 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ