Sunday, October 4, 2026
24.6 C
Odisha

    ବଜେଟ୍‌ ପାଇଁ ଶନିବାର ବି ଖୋଲି ରହିବ ସେୟାର୍‌ ମାର୍କେଟ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:  ଆଜି ଶନିବାର କିନ୍ତୁ ଖୋଲା ରହିବ ସେୟାର ମାର୍କେଟ। ବିଏସିଇ ଓ ଏନଏସଇରେ କାରବାର ହେବା ନେଇ ସୂଚନା ରହିଛି । ଆଉ କିଛି ସମୟ ପରେ ଖୋଲିବ ନିର୍ମଳାଙ୍କ ବଜେଟ ପେଡି। ସେନେଇ ଯେତିକି ଉତ୍କଣ୍ଠା ବଢୁଛି ସେତିକି ମଧ୍ୟବିତ୍ତ ମଧ୍ୟ  ଆଶାବାଦୀ ରହିଛନ୍ତି। କଣ ରହିବ ନିର୍ମଳାଙ୍କ ଅର୍ଥପେଡିରେ? ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କ ଭବନରେ ପହଞ୍ଚି ସାରିଛନ୍ତି।  ଆଉ ମାତ୍ର କିଛି ସମୟର ଅପେକ୍ଷା।

    କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ଖୋଲା ରହିବ ସେୟାର ବଜାର। ସେୟାର ବଜାର ଶନିବାର ଖୋଲା ରହିବା ନେଇ ସୂଚନା ରହିଛି। ବଜେଟ ସାଧାରଣତ ସେୟାର୍‌ ମାର୍କେଟ ଉପରେ ପ୍ରଭାବ ପକାଇଥାଏ।

    ସେୟାର ବଜାରରେ ଶନିବାର ଓ ରବିବାର ସାପ୍ତାହିକ ଛୁଟି ଥାଏ ।  ତେବେ ଏଥର ବଜେଟ ଦିନ ସେୟାର ବଜାର ଖୋଲା ରହିବ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନଏସଇ) ଓ  ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ବଜେଟ-୨୦୨୫କୁ ଧ୍ୟାନରେ ରଖି ଶନିବାର ପୂରାଦିନ କାରାବାର କରିବାକୁ ଘୋଷଣା କରିଛନ୍ତି। ଉଭୟ ଏକ୍ସଚେଞ୍ଜ ଏକ ସର୍କୁଲାରରେ ସ୍ପଷ୍ଟ କରିଛନ୍ତି ଯେ ଫେବ୍ରୁଆରି ୧ ତାରିଖରେ ଲାଇଭ ଟ୍ରେଡିଂ ହେବ ।

    ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୧ ଫେବ୍ରୁଆରି ୨୦୨୦  ଓ ୨୮ ଫେବ୍ରୁଆରି ୨୦୧୫ରେ ବଜେଟ ଯୋଗୁ ବଜାର ଶନିବାର ମଧ୍ୟ ଖୋଲା ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ