Thursday, April 16, 2026
42.3 C
Odisha

    ଏନକାଉଣ୍ଟରରେ ୧୪ ନକ୍ସଲ ନିହତ, ଏକେ-୪୭ ବନ୍ଧୁକ ସହ ମାଓ ସାମଗ୍ରୀ ଜବତ

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର କଣ୍ଟା ଏବଂ କିଷ୍ଟାରାମ ଜଙ୍ଗଲରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳି ବିନିମୟରେ ୧୪ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡିଛି।

    ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ, ସିଆରପିଏଫ ଯବାନ କଣ୍ଟା ଜଙ୍ଗଲରେ ଚଢ଼ାଉ କରିଥିଲେ। ଆଜି ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।  ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ବେଳେ ୧୪ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ଏମାନଙ୍କ ଭିତରେ କଣ୍ଟା ଏରିଆ କମିଟିର ଡିଭିସିଏମ ସଦସ୍ୟ ସଚିନ ମଙ୍ଗୁଡୁ ମଧ୍ୟ ନିହତ ହୋଇଥିବା କୁହାଯାଇଛି। ସର୍ଚ୍ଚ ଅପେରସନ ଜାରି ରହିଛି। ଆହୁରି ଅଧିକ ନକ୍ସଲ ମୃତାହତ ହୋଇଥିବା କୁହାଯାଇଛି। ସୁକମା ଏସପି କିରଣ ଚୌହାନ ଘଟଣା ଉପରେ ନଜର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.3 ° C
    42.3 °
    42.3 °
    12 %
    4.4kmh
    2 %
    Thu
    43 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ