ଏବେ ଚାଲିଛି ଖରାଦିନ । ବିଶେଷ ଭାବେ ଏହି ଦିନରେ ପଣସ ମାର୍କେଟରେ ସହଜରେ ମିଳିଯାଇଥାଏ । ପଣସକୁ କିଛି ଲୋକ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ନା ପସନ୍ଦ କରିଥାଆନ୍ତି । ଏଥିରେ ଭରପୁର ପରିମାଣରେ ଫାଇବର ରହିଛି । ଆପଣଙ୍କ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଏହା ନିହାତି ଆବଶ୍ୟକ । ଏହା ବ୍ୟତୀତ ପାଚିଲା ପଣସରେ ପ୍ରଚୁର ପରିମାଣରେ ପ୍ରୋଟିନ ବି ରହିଛି । ଏଥିରେ ଥିବା ପୋଟାସିୟମ ହୃଦରୋଗ ଜନିତ ସମସ୍ୟା ମନଙ୍କୁ ଦୁରେଇ ରଖିଥାଏ । ଆମ ଲିଭର ପାଇଁ ବି ପାଚିଲା ପଣସ ବେଶ ଉପକାରୀ । ତେବେ ଆସନ୍ତୁ ଜାଣିବା ପାଚିଲା ପଣସ ଖାଇବା ଦ୍ୱାରା ଆମ ଶରୀର ଉପରେ କଣ କଣ ପ୍ରଭାବ ପଡିଥାଏ ।
ପଣସରେ ରହିଛି ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ବି, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ ଏବଂ ଫାଇବର ଭରପୂର ମାତ୍ରାରେ ରହିଥାଏ । ଏହି ସମସ୍ତ ଉପାଦାନ ଚର୍ମ ଏବଂ ପେଟର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ । ବଦହଜମି ସମସ୍ୟାର ସମ୍ମୁଖୀନ ହେଉଥିଲେ, ପଣସ ସେବନ କରିବା ଲାଭଦାୟକ ହୋଇଥାଏ ।
ପାଚନ କ୍ରିୟାକୁ ମଜବୁତ କରେ : ଗ୍ରୀଷ୍ମ ଋତୁରେ ଯଦି ଆପଣ ଖାଉଥିବା ଖାଦ୍ୟ ଠିକ ଭାବରେ ହଜମ ହୁଏ ନାହିଁ ତେବେ ନିଜ ଡାଏଟରେ କିଛି ପଣସ ସାମିଲ କରନ୍ତୁ । ଏହା ପାଚନ ଜନିତ ସମସ୍ୟା ଦୂର କରି ଆପଣଙ୍କ ଓଜନ ମଧ୍ୟ କମ୍ କରିବ ।
ରୋଗ ପ୍ରତିରୋଧକ ଶକ୍ତି ବଢାଏ : ପାଚିଲା ପଣସରେ ପ୍ରଚୁର ମାତ୍ରାରେ ଭିଟାମିନ ସି ରହିଥାଏ । ଯାହା ଶରୀରରେ ଏକ ଆଣ୍ଟି ଆକ୍ସିଡେଣ୍ଟ ପରି କାମ କରେ । ଏହା ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ଏହା ଶରୀର ପାଇଁ ଇମ୍ୟୁନିଟି ବୁଷ୍ଟର ପରି କାମ କରେ ।
ଲିଭର ପାଇଁ ଲାଭଦାୟକ : ପାଚିଲା ପଣସ ଖାଇବା ଫଳରେ ଆପଣଙ୍କ ଲିଭର ବି ସୁସ୍ଥ ରୁହେ । ଏଥିରେ ଥିବା ରାଇବୋଫ୍ଲାବିନ, ଜିଙ୍କ, କପର, ନାଇସିନ ପରି ତତ୍ତ୍ୱ ଲିଭର ମଜବୁତ କରିବାରେ ସାହାଯ୍ୟ କରେ ।
ହାର୍ଟ ପାଇଁ ଲାଭଦାୟକ : ପାଚିଲା ପଣସ ଆମ ହାର୍ଟ ପାଇଁ ବି ଲାଭକାରୀ । ଏଥିରେ ଥିବା ପୋଟାସିୟମ ବ୍ଲଡ଼ ପ୍ରେସର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ ।
ଓଜନ କମ୍ କରେ : ପାଚିଲା ପଣସରେ ଆଣ୍ଟି ଇନ୍ଫ୍ଲଏମଟୋରି ଗୁଣ ମିଳିଥାଏ । ଯାହାକି ଶରୀରରେ ବଢୁଥିବା ମୋଟାପଣକୁ କମ କରେ । ଏହା ଛଡା ଏହାକୁ ରେସବେରାଷ୍ଟ୍ରଲ ନାମକ ଏକ ଆଣ୍ଟି ଆକ୍ସିଡେଣ୍ଟ ବି ପ୍ରଚୁର ପରିମାଣରେ ମିଳିଥାଏ । ଯାହାକି ରକ୍ତ ସଂଚାଳନକୁ କଣ୍ଟ୍ରୋଲ କରି ରଖିଥାଏ । ଏଥିସହ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ମଧ୍ୟ ଦୂର କରେ ।
ଆଖି ପାଇଁ ଲାଭଦାୟକ : ଆଖି ପାଇଁ ମଧ୍ୟ ପଣସ ଖୁବ୍ ହିତକର ବୋଲି କୁହାଯାଏ । ଯଦି ଆଖି ଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଚାହାଁନ୍ତି ତେବେ ଆପଣମାନେ ଆପଣଙ୍କ ଡାଏଟ ପ୍ଲାନରେ ପଣସ ସାମିଲ କରିପାରିବେ । ଫଳରେ ଆପଣ ଫରକ୍ ଅନୁଭବ କରିପାରିବେ ।
