Tuesday, April 28, 2026
40.4 C
Odisha

    ଏଫେଲ ଟାଓ୍ବାରରେ ନିଆଁ, ୧୨୦୦ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଗଲା

    ଆଗକୁ ପଢନ୍ତୁ

    ପ୍ୟାରିସ : ଫ୍ରାନ୍ସରେ ଥିବା ବିଶ୍ବପ୍ରସିଦ୍ଧ ଆଇଫାଲ ଟାୱାରରେ ଅଗ୍ନିକାଣ୍ଡ ଘଟିଛି । ଏହାପରେ ତୁରନ୍ତ ଏହାକୁ ଖାଲି କରି ଦିଆଯାଇଥିଲା ଓ ପ୍ରାୟ ୧୨୦୦ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସୂଚନା ଅନୁଯାୟୀ, ଟାୱାରର ଲିଫ୍ଟରେ ନିଆଁ ଲାଗିଥିବାରୁ ପୂରା ଟାୱାରକୁ ଖାଲି କରିବାକୁ ପଡ଼ିଥିଲା। ଟାୱାରରେ ଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଖ୍ରୀଷ୍ଟମାସ ଅବସରରେ ଏହି ଟାୱାରରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ତେବେ ସମସ୍ତଙ୍କୁ ଯଥା ସମୟରେ ବାହାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ଏହି ଘଟଣା ପରେ ଆଇଫିଲ ଟାୱାରକୁ ବନ୍ଦ କରି ଘଟଣାର ତଦନ୍ତ କରାଯାଉଛି ।

    ଟାୱାରର ତଦାରଖ କରୁଥିବା କମ୍ପାନୀ ସେଟେର ମୁଖପାତ୍ରଙ୍କ କହିବା ଅନୁଯାୟୀ, ଏଲିଭେଟେଡ୍ ପାୱାର ରେଳରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଏହି ଐତିହାସିକ କୋଠାର ଦ୍ୱିତୀୟ ମହଲା ଓ ଉପର ମହଲାରେ ମଧ୍ୟ ସମାନ ସମସ୍ୟା ଦେଖିବାକୁ ମିଳିଥିଲା। ସକାଳ ୧୦ଟା ୫୦ରେ ସର୍ଟସର୍କିଟ୍ ପରେ ଆଲାର୍ମ ବାଜିଥିଲା। ପ୍ରବକ୍ତା କହିଛନ୍ତି, ବର୍ତ୍ତମାନର ସୁରକ୍ଷା ପଦ୍ଧତି ଅନୁଯାୟୀ ଆମେ ଆଇଫାଲ ଟାୱାରକୁ ଖାଲି କରିଛୁ। ସର୍ବଶେଷ ସୂଚନା ଅନୁସାରେ ସୁରକ୍ଷା ଯାଞ୍ଚ ପରେ ଯାତ୍ରୀମାନଙ୍କୁ ଟାଓ୍ବାରର ୨ୟ ମହଲା ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    40.4 ° C
    40.4 °
    40.4 °
    19 %
    4.2kmh
    39 %
    Tue
    43 °
    Wed
    43 °
    Thu
    43 °
    Fri
    40 °
    Sat
    41 °

    ସମ୍ବନ୍ଧିତ