Thursday, April 30, 2026
30.2 C
Odisha

    ଓଡ଼ିଆ ଯାତ୍ରା ଜଗତରେ ପାଦ ଥାପିବେ ମହାଭାରତର ଦୁର୍ଯ୍ୟୋଧନ, ରାଣୀ ପଣ୍ଡା ଦେଲେ ସୂଚନା

    ଆଗକୁ ପଢନ୍ତୁ

    ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ ଅଭିନେତା ପୁନିତ ଇସର । ମହାଭାରତ ଧାରାବାହିକରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ସେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏବେ ସେ ଓଡ଼ିଶାର ଯାତ୍ରା ମଞ୍ଚରେ ଦେଖାଯିବେ। ତାଙ୍କ ଦମଦାର ସଂଳାପ ଓ ଅଭିନୟ ଯାତ୍ରା ପ୍ରେମୀଙ୍କୁ ଆକର୍ଷିତ କରିବ । ଆସନ୍ତା ୨୦୨୬-୨୦୨୭ ଯାତ୍ରାବର୍ଷ ରେ ନାଟ୍ୟମଣ୍ଡପ ଯାତ୍ରା ପାର୍ଟିରେ ତାଙ୍କୁ ଦେଖିବାକୁ ମିଳିବ। ଏନେଇ ନାଟ୍ୟମଣ୍ଡପ ମାଲିକାଣୀ ରାଣୀ ପଣ୍ଡା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ପୂର୍ବରୁ ପୁନିତ ଇସର ଓଡ଼ିଆ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ଯାତ୍ରା ମଞ୍ଚରେ ସେ କେଉଁ ଭୂମିକାରେ ଦେଖାଯିବେ, ସେଥିପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.2 ° C
    30.2 °
    30.2 °
    38 %
    0.5kmh
    12 %
    Thu
    42 °
    Fri
    39 °
    Sat
    42 °
    Sun
    41 °
    Mon
    39 °

    ସମ୍ବନ୍ଧିତ