Monday, September 21, 2026
27.3 C
Odisha

    ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ, ଥାନାରେ ପରିବାର ଲୋକ ଦେଲେ ଏତଲା

    ଆଗକୁ ପଢନ୍ତୁ

    ଢେଙ୍କାନାଳ: ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ । ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ଗତ ସୋମବାର ଦିନ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ ପିଡୀତା ଜଣକ । ସେଠାରେ ଜଣେ ଦୁବୃର୍ତ୍ତ ତାଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ମୁହଁକୁ ହାଣି ପକାଇଥିଲା । ଖବରପାଇ ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କୁ ଏକ ଟ୍ରଲି ଯୋଗେ ନିକଟସ୍ଥ ମେଡିକାଲକୁ ନେଇଥିଲେ ।

    ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପରେ ପରିବାର ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିଡ଼ୀତାଙ୍କୁ ଟ୍ରଲିରେ ବୋହିବା ଘଟଣାକୁ ଅନେକ ଲୋକ ନାପସନ୍ଦ କରିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇ ଦିନ ହେବ ଯୁବତୀ ଜଣକ ଗୁରୁତର ଅବସ୍ଥାରେ ଜୀବନ ଓ ମରଣ ସାଙ୍ଗରେ ଲଢେଇ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    27.3 ° C
    27.3 °
    27.3 °
    85 %
    1.5kmh
    96 %
    Mon
    27 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ