Monday, October 12, 2026
22.3 C
Odisha

    ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ , ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼

    ଆଗକୁ ପଢନ୍ତୁ

    ବାଲେଶ୍ଵର : ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅନ୍ତର୍ଗତ କଣ୍ଟାବଣିଆ ଓ କାଶୀମପୁର ମଧ୍ୟରେ ଆକ୍ରମଣ ଦେଖିବାକୁ ମିଳିଛି । ଆକ୍ରାମକ ଦ୍ଵାରା ଉଭୟ ପକ୍ଷର କିଛି ଯୁବକ ଆହତ । ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ପଥର ମାଡ଼ ଓ ହାତାହାତି ଜାରି ରହିଛି । ଗତକାଲି ଗାଁରେ ଏକ ବିବାଦକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ସୂତ୍ରପାତ ଆରମ୍ଭ ହୋଇଥିଲା । ପରେ ଘଟଣାର ଆପୋଷ ସମାଧାନ ପରେ ଆଜି ପୁଣି ଗଣ୍ଡଗୋଳ ଆରମ୍ଭ ହୋଇଯାଇଛି । ଦୁଇ ଗୋଷ୍ଠୀ ପକ୍ଷରୁ ଗଣ୍ଡଗୋଳ ଜାରୀ ରହିଥିବା ବେଳେ ଘଟଣାସ୍ଥଳରେ ସହଦେବ ଖୁଣ୍ଟା ଥାନା ପୁଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    82 %
    1.3kmh
    0 %
    Sun
    22 °
    Mon
    29 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ