Tuesday, September 8, 2026
26.4 C
Odisha

    ଓଡ଼ିଶା ପୁଲିସ୍‌ରେ ନିଯୁକ୍ତି ପାଇଁ ଆଜିଠୁ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ପୁଲିସ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାର ପୁଲିସ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜିଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ୧୩୬୦ ସିପାହୀ / କନଷ୍ଟେବଳ ଓ ୧୭୭ କନିଷ୍ଠ କିରାଣୀ ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନ ୨୩ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହୋଇ ୧୩ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଚାଲିବ। ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀ ମାନେ ଓଡ଼ିଶା ପୁଲିସ ୱେବସାଇଟ https://odishapolice.gov.in/ ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ।

    ତେବେ ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ (୧୩୬୦ ପଦବୀ ) (ସିପୟୀ, କନଷ୍ଟେବଳ, ଓଡ଼ିଶା ଷ୍ଟେଟ୍ ଆର୍ମଡ ପୋଲିସ (OSAP), ଇଣ୍ଡିଆର ରିଜର୍ଭ (IR), ସ୍ପେଶାଲ ଇଣ୍ଡିଆନ(SIR) ରିଜର୍ଭ, ସ୍ପେଶାଲ ସିକୁରିଟି ବାଟାଲିୟନ (SS)) ଏବଂ ଡିପିଓ କ୍ୟାଡର ରେ ଖାଲିଥିବା କନିଷ୍ଠ କିରାଣୀ (୧୭୭ ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀମାନେ ସରକାରୀ ୱେବସାଇଟକୁ ଭିଜିଟ୍ କରି ଶିକ୍ଷାଗତ ଯୋଗ୍ୟତା, ଚୟନ ପ୍ରକ୍ରିୟା, ପଦବୀ, ପରୀକ୍ଷା ସିଲାବସ୍ ଏବଂ ଅନ୍ୟାନ୍ୟ ସମସ୍ତ ବିବରଣୀ ପାଇପାରିବେ। ଏନେଇ ଆଜି ଓଡ଼ିଶା ପୁଲିସ ପକ୍ଷରୁ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦିଆଯାଇ କୁହାଯାଇଛି ଯେ ‘‘ଓଡିଶା ପୁଲିସର ବିଭିନ୍ନ ବାଟାଲିୟନରେ ଖାଲିଥିବା ସିପାହୀ / କନଷ୍ଟେବଳ(୧୩୬୦ ପଦବୀ )ଏବଂ ଡିପିଓ କ୍ୟାଡରରେ ଖାଲିଥିବା କନିଷ୍ଠ କିରାଣୀ(୧୭୭ ପଦବୀ) ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ ଆବେଦନ କରିପାରିବେ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ