Wednesday, September 30, 2026
22.7 C
Odisha

    ଓଡିଶା ପ୍ରତି ଅବହେଳା ସଂପର୍କରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ନୂତନ ଭାବେ ଗଠିତ ଦକ୍ଷିଣତଟ ରେଲୱେ ଅଧିନକୁ ଚାଲିଯିବା ପରିପ୍ରେକ୍ଷୀରେ ଗଭୀର ଉଦ୍‌ବେଗ ପ୍ରକାଶ କରି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ତଥ୍ୟଭିତ୍ତିକ ପତ୍ର ଲେଖିଛନ୍ତି। ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୱାଲଟିୟର ଡିଭିଜନ ମଧ୍ୟରେ ଆସୁଥିବା ଓଡ଼ିଶାର ସମସ୍ତ ରେଳ ନେଟୱାର୍କ ପୂର୍ବତନ ରେଳପଥ ଅଧୀନରେ ରହିବ। ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ। ଏହି ବିଭାଜନ ଫଳରେ ସମସ୍ତ ମୁଖ୍ୟ ରେଳ ନେଟୱାର୍କ ୱାଲଟିୟର ଡିଭିଜନ ରହିଯିବ, ଯାହାକି ଓଡ଼ିଶା ପ୍ରତି ଅନେକ କ୍ଷତି ପହଂଚାଇବ।

    ପୂର୍ବତଟ ରେଳପଥକୁ ସଶକ୍ତ କରିବାରେ ୱାଲଟିୟର ଡିଭିଜନର ଏକ ପ୍ରମୁଖ ଭୂମିକା ଥିଲା। ଡିଜେଲ ଏବଂ ଇଲେକ୍ଟ୍ରି ଉଭୟ ପ୍ରକାର ଇଂଜିନର ସହାୟତା ୱାଲଟିୟର ଡିଭିଜନରୁ ପୂର୍ବତଟ ରେଳବାଇକୁ ମିଳୁଥିଲା। ଏହା ମଧ୍ୟ ସତ୍ୟ ଯେ ୱାଲଟିୟର ଡିଭିଜନରୁ ଯେଉଁ ପ୍ରଚୁର ରାଜସ୍ୱ ମିଳୁଥିଲା ତାହା ଆଉ ପୂର୍ବତଟ ରେଳପଥକୁ ମିଳିବ ନାହିଁ। ଏହିପରି ବିଭିନ୍ନ ପ୍ରକାରର କ୍ଷତିକୁ ନୂତନଭାବେ ଗଠିତ ରାୟଗଡା ଡିଭିଜନ କେବେ ହେଲେ ପୂରଣ କରିପାରିବ ନାହିଁ। ତେଣୁ ୱାଲଟିୟର ଡିଭିଜନକୁ ସବୁକ୍ଷେତ୍ରରୁ ସଶକ୍ତ କରିବା ପାଇଁ ଯେଉଁ ପ୍ରକାର ନୀତି ଗ୍ରହଣ କରାଯାଇଛି ଓଡ଼ିଶାର ସ୍ୱାର୍ଥକୁ ଆଖିରେ ରଖି ରାୟଗଡ଼ା ଡିଭିଜନ ପାଇଁ ମଧ୍ୟ ସେହି ନୀତି ଅବଲମ୍ବନ କରିବା ଆବଶ୍ୟକ।

    ଆଜିସୁଦ୍ଧା ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଯଥା ବେଲପାହାଡ, ବ୍ରଜରାଜନଗର, ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇ ଅଧିନରେ ରହିଛି। ସେହିପରି ପ୍ରମୁଖ ରେଳଷ୍ଟେସନ ଯଥା- ଝାରସୁଗୁଡା, ରାଉରକେଲା, ବୋଣ୍ଡମୁଣ୍ଡା, ବଡବିଲ୍‌, ବାଲେଶ୍ୱର, ବାରିପଦା ଦକ୍ଷିଣ-ପୂର୍ବ ରେଳବାଇ ଅଧିନରେ ଅଛି। ତେଣୁ, ବାଲେଶ୍ୱର, ଭଦ୍ରକ , ମୟୁରଭଞ୍ଜ ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, କେନ୍ଦୁଝର ଜିଲ୍ଲାର ସମସ୍ତ ରେଳଲାଇନକୁ ଯଥା ଶୀଘ୍ର ପୂର୍ବତଟ ରେଳବାଇ ଅଧିନକୁ ଆଣିବା ଆବଶ୍ୟକ। ଏଥିସହ କେନ୍ଦୁଝର ଜିଲ୍ଲାର ନିମ୍ନୋକ୍ତ ରେଳଲାଇନ ଗୁଡିକୁ ଖଣିଜ ପରିବହନ ପାଇଁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥି ପ୍ରତି ମଧ୍ୟ ଦୃଷ୍ଟିକୋଣ ଆବଶ୍ୟକ। ଯଥା-

    ୧. ଟାଙ୍ଗିରପାଳ (ଯଖପୁରା-ବାଂଶପାଣି ଲାଇନ)- ଭଦ୍ରକ/କେନ୍ଦୁଆପଦା (କୋଲକାତା-ଚେନ୍ନାଇ ଲାଇନ୍‌)
    ୨. ବାଂଶପାଣି- ବଡବିଲ୍‌
    ୩. ବୋଲାଣିଖାଦାନ- କିରିବୁରୁ
    ୪. ନୟାଗଡ଼-ବରସୁଆଁ

    ଓଡ଼ିଶା ଭାରତୀୟ ରେଳବାଇକୁ ଯେିତିକି ପରିମାଣରେ ରାଜସ୍ୱ ଦେଉଛି, ସେହି ଅନୁପାତରେ ଓଡ଼ିଶାକୁ ତାର ପ୍ରାପ୍ୟ ମିଳିବା ଉଚିତ। ରାୟଗଡ଼ା ଡିଭିଜନ ନାମରେ ଏକ ନୂତନ ଡିଭିଜନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ୱାଲଟିୟର ଡିଭିଜନରୁ ଓଡ଼ିଶାର ପୂର୍ବୋକ୍ତ ସୁବିଧାକୁ ଅପସାରଣ କରିବା ଅନୁଚିତ। ଏ ସଂପର୍କରେ ରେଳମନ୍ତ୍ରୀ ବିଚାର କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    31 %
    Wed
    30 °
    Thu
    30 °
    Fri
    31 °
    Sat
    31 °
    Sun
    31 °

    ସମ୍ବନ୍ଧିତ